ଲଣ୍ଡାଗାଁରେ ‘ସୁରଭି’ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୧୫୦ ଛାତ୍ରଛାତ୍ରୀ

ବାଲିଗୁଡ଼ା. ୧୨/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବାଲିଗୁଡ଼ା ବ୍ଲକର ଲଣ୍ଡାଗାଁ ପଞ୍ଚାୟତସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଶିକ୍ଷାଭିତ୍ତିକ ଉତ୍ସବରେ ୧୦ଟି ବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ କଳ୍ପନା

ଲଣ୍ଡାଗାଁରେ ‘ସୁରଭି’ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୧୫୦ ଛାତ୍ରଛାତ୍ରୀ

କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ବିଜେପି ନେତା ଦେବେନ୍ଦ୍ର କୁଦେଇ ମୁଖ୍ୟବକ୍ତା ଏବଂ ଅଭିରାମ ରଣା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ରଣା, ପୂର୍ବତନ ସଭାପତି ସଦାନନ୍ଦ କୁଦେଇ, ଆଞ୍ଚଳିକ ସାଧନ ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି, ଦିବ୍ୟଲୋଚନ

ଲଣ୍ଡାଗାଁରେ ‘ସୁରଭି’ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୧୫୦ ଛାତ୍ରଛାତ୍ରୀ

ମହାରଣା ଓ ପ୍ରଧାନଶିକ୍ଷକ ଜଗବନ୍ଧୁ ନାୟକଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।ସୁରଭି କାର୍ଯ୍ୟକ୍ରମରେ ମୋଟ ୧୦ଟି ପ୍ରତିଯୋଗିତାକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଥିଲା। ଏହା ମାଧ୍ୟମରେ ପିଲାମାନେ ନିଜର ଜ୍ଞାନ, କଳାତ୍ମକ ଦକ୍ଷତା ଓ ସୃଜନଶୀଳ ଚିନ୍ତାଧାରାକୁ ପ୍ରକାଶ କରିବାର ସୁଯୋଗ ପାଇଥିଲେ। ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ, ଆତ୍ମବିଶ୍ୱାସ ଓ ସହଯୋଗିତା ବୃଦ୍ଧି କରିବା ସହ ସେମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ

ଲଣ୍ଡାଗାଁରେ ‘ସୁରଭି’ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୧୫୦ ଛାତ୍ରଛାତ୍ରୀ

ମତ ଦେଇଥିଲେ।କାର୍ଯ୍ୟକ୍ରମର ସୁପରିଚାଳନାରେ ସଞ୍ଜୀବ ବେହେରା, ମନୋଜ କୁମାର ସାହୁ, ବିଭୁ ପ୍ରସାଦ କହଁର, ଅନାମ ପଣ୍ଡା ଓ ମଦନ ମୋହନ ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ଆଞ୍ଚଳିକ ସାଧନ ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!