ମା’ ପାଟଖଣ୍ଡାଙ୍କ ପୀଠରେ ମହାଗୌରୀ ବେଶ ଦର୍ଶନ, ଭକ୍ତଙ୍କ ସମାଗମରେ ମୁଖରିତ ମନ୍ଦିର ପରିସର

ବାଲିଗୁଡ଼ା, ୧୮/୧୦ (ସୁକାନ୍ତ କୁମାର ତ୍ରିପାଠୀ): ଶାରଦୀୟ ନବରାତ୍ର ଉତ୍ସବକୁ ନେଇ ଆଧ୍ୟାତ୍ମିକ ଭାବନାରେ ଉଛୁଳି ଉଠିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର। ସହରର ଆରାଧ୍ୟ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜା ଅବସରରେ ରବିବାର ମା’ ଦୁର୍ଗା ମହାଗୌରୀ ବେଶରେ ଦର୍ଶନ ଦେଇଥିଲେ। ମା’ଙ୍କ ଦିବ୍ୟ ରୂପ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ ପାଇଁ ପୀଠରେ ଭକ୍ତଙ୍କ ଭିଡ଼ ଜମିଥିଲା।ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମନ୍ଦିର ପରିସରରେ ନବରାତ୍ର ଉତ୍ସବ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ନବରାତ୍ରର ଅଷ୍ଟମ ଦିବସରେ ମା’ଙ୍କ ମହାଗୌରୀ ସ୍ୱରୂପର ଆରାଧନା ସହ ବିଭିନ୍ନ ପୂଜାବିଧି ସମ୍ପନ୍ନ ହୋଇଥିଲା। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥିବା ବେଳେ ମନ୍ଦିର ପରିସର ଘଣ୍ଟଘଣ୍ଟା, ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ

ମା’ ପାଟଖଣ୍ଡାଙ୍କ ପୀଠରେ ମହାଗୌରୀ ବେଶ ଦର୍ଶନ, ଭକ୍ତଙ୍କ ସମାଗମରେ ମୁଖରିତ ମନ୍ଦିର ପରିସର

ଭକ୍ତିମୟ ହୋଇଉଠିଥିଲା।ଅନ୍ୟପକ୍ଷରେ, ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ ମହାସପ୍ତମୀ ପୂଜା ଏବଂ ଶକ୍ତିପୀଠରେ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି। ପୂଜାକାର୍ଯ୍ୟରେ ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲାର ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ବିଭିନ୍ନ ଧାର୍ମିକ ବିଧିବିଧାନ ସମ୍ପାଦନ କରୁଛନ୍ତି।ନବରାତ୍ରର ପ୍ରତ୍ୟେକ ଦିନ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପର ପୂଜା କରାଯାଉଥିବା ବେଳେ ମହାଗୌରୀ ବେଶର ଦର୍ଶନ ଭକ୍ତଙ୍କ ମନରେ ଅପାର ଶାନ୍ତି ଓ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଛି। ମା’ ପାଟଖଣ୍ଡାଙ୍କ ଆଶୀର୍ବାଦ କାମନା କରିବା ସହ ନବରାତ୍ର ଉତ୍ସବରେ ସାମିଲ ହେବା ପାଇଁ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଆଗମନ ଜାରି ରହିଛି। ସମଗ୍ର ପୀଠରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

Smart Computer Ad
You might also like
error: Content is protected !!