ବାଲିଗୁଡ଼ା, ୨୦/୧୦ (ସୁକାନ୍ତ କୁମାର ତ୍ରିପାଠୀ): ପେଶା ନିୟମ ଲାଗୁ, ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ଏବଂ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ସକାଳ ୧୦ଟାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଆୟୋଜନ କରିବ ଚାଷୀ ମୁଲିଆ ସୁରକ୍ଷା ସମିତି। ବାସୁଦେବପୁରରୁ ଆରମ୍ଭ ହୋଇ ଏହି ପଦଯାତ୍ରା ବ୍ରାହ୍ମଣୀଗାଁ ମୁଖ୍ୟ ବଜାର ପରିକ୍ରମା କରିବ।ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଜରୁରୀ ବୈଠକ ହୋଇଥିଲା। ପେଶା ନିୟମ ଲାଗୁରେ ବିଳମ୍ବ, ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଅଞ୍ଚଳର ବିକାଶ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ପଦଯାତ୍ରାରେ ସାମିଲ ହେବା ପାଇଁ କୁଇକୂଳ ସମିତିର ବ୍ରାହ୍ମଣୀଗାଁ ଶାଖା, ମା’ ବୁରା ପେନୁ କୁଇ ସଂସ୍କୃତି ସୁରକ୍ଷା ପରିଷଦ, ବିଭିନ୍ନ ଜଙ୍ଗଲ ଅଧିକାର କମିଟି, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
