ବନ୍ୟଜନ୍ତୁ ଶିକାର ଓ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ଉପରେ ବନ ବିଭାଗର ଚଢ଼ାଉ, ୩ ଗିରଫ

ବାଲିଗୁଡ଼ା, ୧୧/୧୦ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ କାରବାରକୁ ରୋକିବା ପାଇଁ ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଚିତାବାଘ ଚମଡ଼ା ଚୋରା କାରବାର ଘଟଣାର ତଦନ୍ତ କରି ବନ ବିଭାଗ ତିନି ଜଣଙ୍କୁ ଗିରଫ କରିଥିବା ନେଇ ଜାରି ପ୍ରେସ୍‌ ବିଜ୍ଞପ୍ତିରୁ ଜଣାପଡ଼ିଛି।ବନ ବିଭାଗର ସୂଚନା ଅନୁଯାୟୀ, ଚିତାବାଘ ଚମଡ଼ା ଯୋଗାଣ ମାମଲାରେ ଟିକାବାଲି ଥାନା ଅଞ୍ଚଳର ଜାବେଡ଼ି ଗ୍ରାମର ଅମିତାଭଚନ ପ୍ରଧାନ ଓ ସଙ୍କାଶାହି ଗ୍ରାମର ଟୋଫାନ ପ୍ରଧାନଙ୍କୁ ଧରାଯାଇଛି। ଏହି ମାମଲାରେ ଉତ୍ତମ ମାଝୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।ଅନ୍ୟ ଏକ ଘଟଣାରେ ଟିକାବାଲି ଥାନା ଅନ୍ତର୍ଗତ ରାଜିକାଖୋଲ ଗ୍ରାମର ଦିଗମ୍ବର କହଁରଙ୍କୁ

ବନ୍ୟଜନ୍ତୁ ଶିକାର ଓ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ଉପରେ ବନ ବିଭାଗର ଚଢ଼ାଉ, ୩ ଗିରଫ

ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଧରାଯାଇଛି। ସେ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ବ୍ୟବହାର କରି ଚିତାବାଘ ଶିକାର କରିଥିବା ଅଭିଯୋଗ ହୋଇଛି। ତାଙ୍କଠାରୁ ଚାରିଟି ଚିତାବାଘ ନଖ, ଚାରିଟି ଦାନ୍ତ, ଶିଙ୍ଗ ସହିତ ଦୁଇଟି ହରିଣ ଖପୁରୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅବଶେଷ ଜବତ କରାଯାଇଛି।ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲରେ ବେଆଇନ ଶିକାର ରୋକିବା ଦିଗରେ ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।ଏହି ଅଭିଯାନରେ ବାଲିଗୁଡ଼ା ରେଞ୍ଜ ଅଧିକାରୀ ଡି. ସୁଭାଷ ଚନ୍ଦ୍ର, ଫରେଷ୍ଟର ପ୍ରଭାତ କୁମାର ଦୋରାଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Smart Computer Ad
You might also like
error: Content is protected !!