ଜଟଣୀ | ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||
ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ମୋରମ ଖନନ ଓ ପରିବହନ ବିରୋଧରେ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଗତ ୯ ତାରିଖ ରାତିରେ ଦୁଇଟି ସ୍ଥାନରେ ଚାଲିଥିବା ବେଆଇନ ମୋରମ ଖଣି ଉପରେ ଚଢ଼ାଉ କରାଯାଇ ୭ଟି ଜେସିବି ମେସିନ୍ ଓ ୫ଟି ହାଇୱା ଜବତ କରାଯିବା ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଇନଫୋଭ୍ୟାଲି ଓ ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
