୯୯ ବର୍ଷ ପୁରଣ କଲା ଜଟଣୀ ଉତ୍ତରାଣୀ କ୍ଲବ

ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର || ଜଟଣୀ ଉତ୍ତରାଣୀ କ୍ଲବ ତାର ଦୁଇ ଦିନ ଧରି ଚାଲିଥିବା ୯୯ ବର୍ଷ ବାର୍ଷିକ ଉତ୍ସବ ର ଉଦଯାପନି ଉତ୍ସବରେ ପ୍ରଥମ ଥର ପାଇଁ ଭିକାରୀ ଚରଣ ସାହୁ ସମ୍ମାନ ପ୍ରଦାନ କରାଯାଇଛି, ଜଟଣୀ ମାଟିର ପୁଅ ଯେ କି କଳା ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ଭାରବର୍ଷରେ ଏକ ନିଆରା ପରମ୍ପରା ସୃଷ୍ଟି କରୁଛନ୍ତି ଆଉ ଜଟଣୀର ନାମକୁ ନିଜ ଅଭିନୟ ମାଧ୍ୟମରେ ଚାଲଚିତ୍ର, ଧାରାବାହିକ ଓ ନାଟକ ଦ୍ୱାରା ଦର୍ଶକଙ୍କ ହୃଦୟ ରେ ପହଞ୍ଚାଇ ପାରିଛନ୍ତି, ସେ ଏକାଧାରରେ ଜଣେ ଅଭିନେତା, ଲେଖକ ନିର୍ଦ୍ଦେଶକ, ବ୍ୟବସ୍ଥାପକ, ସଂଗଠକ ଓ ସମାଜ ବିଜ୍ଞାନୀ ହିସାବରେ ଅନେକ ଆନ୍ତର୍ଜାତୀୟ, ଜାତୀୟ ଓ ରାଜ୍ୟ ସରକାରଙ୍କ ତରଫରୁ ପୁରଷ୍କୃତ ଵିଶିଷ୍ଟ ବ୍ୟକ୍ତିତ୍ୱ ହେଲେ ଡ଼ଃ ରୁଷି ପଟ୍ଟନାୟକ। ପୁରଷ୍କାର ସ୍ୱରୂପ ତାଙ୍କୁ ମାନପତ୍ର, ଉତ୍ତରୀ, ପୁଷ୍ପଗୁଚ୍ଛ ଓ ଦଶ ହଜାର ନଗଦ ଅର୍ଥ ରାଶି ସ୍ୱର୍ଗତ ଭିକାରୀ ଚରଣ ସାହୁ ଙ୍କ ପାରିବାର ଲୋକ ଉପସ୍ଥିତ ରହି ପ୍ରଦାନ କରିଥିଲେ।ପ୍ରଥମ ଭିକାରୀ ଚରଣ ସାହୁ ସମ୍ମାନ ପ୍ରଦାନ କରାଗଲା ଚାଳଚିତ୍ର ଅଭିନେତା ରୁଷି ପଟ୍ଟନାୟକ ଙ୍କୁଆଜି ଉଦ୍ଯାପନୀ ସମାରୋହରେ କ୍ଲବ ର ସଭାପତି ଶ୍ରୀ ବିପ୍ଳବ କେଶରୀ ଶତପଥି (ରମୁ ଭାଇନା) ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାନେତ୍ରୀ ତଥା ବିଶିଷ୍ଟ ଲେଖିକା ଡ଼ଃ ସୁନିତ୍ ମୁଣ୍ଡ ଯୋଗଦେଇ କହିଲେ ଯେ ଆଗାମୀ ବର୍ଷ ଜଟଣୀ ଉତ୍ତରାଣୀ କ୍ଲବ ତାର ଏକ ଶହ ବର୍ଷ ପାଳନ କରିବା ପାଇଁ ଯାଉଚି, ତେଣୁ ରୁଷି ପଟ୍ଟନାୟକ ଆଉ ବିପ୍ଳବ ଶତପଥି ଙ୍କ ପରି ଏ କ୍ଲୁବ୍ ଅନେକ ଅନେକ କଳାକାର ଦେଇଥିବ, ଆଜି ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଶ୍ରୀ ସୀତାକାନ୍ତ ଶତପଥି ମଧ୍ୟ ଯୋଗଦେଇଥିଲେ । ପୁରଷ୍କାର ଗ୍ରହଣ ଅବସରର ଡ଼ଃ ରୁଷି ପଟ୍ଟନାୟକ କହିଥିଲେ ଯେ ଯେହେତୁ ଜଟଣୀ ଉତ୍ତରାଣୀ କ୍ଲବଆଗାମୀ ବର୍ଷ ତାର ୧୦୦ ବର୍ଷ ପାଳନ କରିବ, ତେଣୁ ଏ ବର୍ଷ ଶହେଟି କାର୍ଯ୍ୟକ୍ରମ କରାଯାଉ ଯେଉଁଥିରେ ମୋର ଶହେ କୁ ଶହେ ସହଯୋଗ ସହିତ ଭାଗିଦାରୀ ରହିବ।ଆଜି ଉଦ୍ଯାପନୀ ଦିବସର ବିଶେଷ ଆକର୍ଷଣ ଥିଲା ବିପ୍ଳବ ଶତପଥି ଙ୍କ ଏକକ ଅଭିନୀତ ନାଟକ ” ମୃତ୍ୟୁ ଦଣ୍ଡ” ଯାହାର ଲେଖକ ନିର୍ଦ୍ଦେଶକ ଭାବରେ ମଧ୍ୟ ରମୁ ଭାଇନା ନିଜେ ଥିଲେ। ଭୁବନେଶ୍ବର, ଜଟଣୀ, ଖୋରଧା ଓ ପିପିଲି ଅଞ୍ଚଳରୁ ଆସିଥିବା ଦର୍ଶକ ମାନେ ଅଭିନୟର ଭୂଆଶି ପ୍ରଶଂସା କରିଥିଲେ ।

Smart Computer Ad
You might also like
error: Content is protected !!