ଜଟଣୀ | ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||
ଜଟଣୀ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୯ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ଗୋପବନ୍ଧୁ ପାର୍କ ସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ନୋଟାରୀ ଅବନୀ କୁମାର ରାଉତରାୟ ପୌରୋହିତ୍ୟ କରିଥିଲେ।
ଏହି ଅବସରରେ ବକ୍ତାମାନେ ଉତ୍କଳମଣିଙ୍କ ନିଃସ୍ୱାର୍ଥପର ସେବା ଓ ତ୍ୟାଗ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମତପ୍ରକାଶ କରିଥିଲେ। ଆଜିର ଯୁବ ଓ ଛାତ୍ର ସମାଜ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମାଜିକ ଦାୟିତ୍ୱ ବଜାୟ ରଖି ସେବାମୂଳକ କାର୍ଯ୍ୟ କରିବାକୁ ଅତିଥିମାନେ ଅନୁରୋଧ କରିଥିଲେ।

Image | Instagram
ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଜବାହରଲାଲ ସୁବୁଦ୍ଧି, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ, ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ, ବୈଷ୍ଣବ ବରାଳ, ଶ୍ରମିକ ନେତା ସାରଙ୍ଗଧର ବେହେରା, ସମାଜସେବୀ ଭକ୍ତବନ୍ଧୁ ଚୌଧୁରୀ, ବରିଷ୍ଠ ନାଗରିକ ରବି ପ୍ରସାଦ ମିଶ୍ର, ସାମ୍ବାଦିକ ନୀଳାମ୍ବର ମିଶ୍ର, ଆଦିନାରାୟଣ ଖଣ୍ଡୁଆଳ, ଦୁର୍ଯ୍ୟୋଧନ ସିଂ, ବିଜେପି ଜଟଣୀ ସୋମନାଥ ମଣ୍ଡଳ ସଭାପତି ବିଜୟ କୁମାର ସ୍ୱାଇଁ, ବିଜୟ କୁମାର ପଣ୍ଡା, ବିଜୟ କୁମାର ଜେନା, କିଶୋର ଚନ୍ଦ୍ର ପାଇକରାୟ, ଆଡଭୋକେଟ୍ ଶିବ ପ୍ରସାଦ ରଥ, ସମାଜସେବୀ ହବିବୁଲ୍ଲା ରହମାନ, ସାମ୍ବାଦିକ ଏମ.ଡି. ପରୱେଜ୍ ହାଇଦର, ରଜନୀକାନ୍ତ ପଣ୍ଡା, ତୁଲୁ ଦେଇ, ଦେବେନ୍ଦ୍ର ନାୟକ, କାହ୍ନୁ ଚରଣ ମହାରଣା, ଜଟଣୀ ସମାଜ ପ୍ରତିନିଧି ଶୁଭ୍ରାଂଶୁ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
