ବାଲିଗୁଡ଼ା, ତା.୧୦/୧୦: ସୁକାନ୍ତ କୁମାର ତ୍ରିପାଠୀ
ଆଦିବାସୀ ଡିଗ୍ରୀ କଲେଜ, ବାଲିଗୁଡ଼ାରେ ୨୦୨୬-୨୦୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଅକ୍ଟୋବର ୧୦ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ନମ୍ବର ୧୧୦୪ ମାଧ୍ୟମରେ କଲେଜ ପକ୍ଷରୁ ଏହି ତାଲିକା ଜାରି କରାଯାଇଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ସମୟସୀମା ଶେଷ ହେବା ପରେ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ଜ୍ଞାନଦେବ ଉଠାନସିଂ, ଶିବଶଙ୍କର ପ୍ରଧାନ, ଭେନସ କୁମାର ପ୍ରଧାନ, ସଙ୍କେତ ନାୟକ, ଅଲିଭା ଦିଗାଲ, ଶ୍ରୀଧର ସିଆ ଓ ଏଲନ ନାଏକ ପ୍ରାର୍ଥୀ ହୋଇଛନ୍ତି। ଉପସଭାପତି ପଦ ପାଇଁ ନୟନ କିଶୋର ପାତ୍ର, ମିଲୁ ନାୟକ, ଅବିନାଶ ମସିହା ଦିଗାଲ ଓ ଟି. ଚିନ୍ମୟୀଙ୍କ ନାମ ରହିଛି।ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଅଭୟ ପଟମାଝୀ, ଦୀପକ କୁମାର ପାତ୍ର, ଆୟୁଷ କୁମାର ଦାଶ ଓ ଏଲିୟା ନାୟକ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯୁଗ୍ମ

ସମ୍ପାଦକ ପଦ ପାଇଁ ଅନ୍ସୁମାନ ବେହେରା, ସମରେନ୍ଦ୍ର ପ୍ରଧାନ ଓ ଏଲିଆସ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।ଡିଏସ୍ଏର ସହକାରୀ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ପଟ୍ଟନାୟକ, ବିଜୟ କହଁର ଓ ଅମ୍ଳାନ ନାୟକ ରହିଥିବାବେଳେ ଆଥଲେଟିକ୍ କ୍ଲବ୍ର ସହକାରୀ ସମ୍ପାଦକ ପଦ ପାଇଁ ଆଞ୍ଜେଲ ନାୟକ, ରାମା ମଲ୍ଲିକ ଓ ସୌମ୍ୟରଞ୍ଜନ ମଲ୍ଲିକ ନିର୍ବାଚନ ଲଢ଼ିବେ। ଆଥଲେଟିକ୍ କ୍ଲବ୍ର ସମ୍ପାଦକ ପଦ ପାଇଁ ଇସାକ ନାୟକ, ଶିବୁ ମାଝିଆସେଠ ଓ ଏସ୍. ଶୁଭଶ୍ରୀ ପାତ୍ରଙ୍କ ସହ ତୁଷାର ପାତ୍ରଙ୍କ ନାମ ମଧ୍ୟ ତାଲିକାରେ ରହିଛି।ନର୍ବାଚନରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ଆଚରଣବିଧି, ନିର୍ବାଚନ ନିୟମାବଳୀ, ଲିଙ୍ଗଦୋହ କମିଟିର ସୁପାରିସ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।କଲେଜର ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥିବାରୁ କଲେଜ ପରିସରରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସୁକତା ବଢ଼ିଛି।

