ଆଦିବାସୀ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ପଦ ପାଇଁ ୧୦ ଜଣଙ୍କ ସମେତ ୩୬ ପ୍ରାର୍ଥୀଙ୍କ ନାମ ବୈଧ ଘୋଷଣା

ବାଲିଗୁଡା : ୧୦/୧୦: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ା ଆଦିବାସୀ ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନ ୨୦୨୬-୨୦୨୭ ପାଇଁ ବୈଧ ପ୍ରାର୍ଥୀଙ୍କ ତାଲିକା ଗତକାଲି ପ୍ରକାଶ ପାଇଛି। ଅକ୍ଟୋବର ୯ ତାରିଖରେ କଲେଜ ପକ୍ଷରୁ ଜାରି ବିଜ୍ଞପ୍ତି ନମ୍ବର ୧୦୯୯ ଅନୁଯାୟୀ, ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିଭିନ୍ନ ପଦବୀ ପାଇଁ ମୋଟ ୩୬ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥିପତ୍ର ବୈଧ ଘୋଷଣା କରାଯାଇଛି।ପ୍ରକାଶିତ ତାଲିକା ଅନୁସାରେ, ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନେ ହେଲେ ଜ୍ଞାନଦେବ ଉଠାଣସିଂହ, ଶିବଶଙ୍କର ପ୍ରଧାନ, ଭେନସ କୁମାର ପ୍ରଧାନ, ଅଂଶୁମାନ ନାୟକ, ସଙ୍କେତ ନାୟକ, ଲାରେନ୍ସ ପାତ୍ର, ଜିଖରିୟା ପ୍ରଧାନ, ଅଲିଭା ଦିଗାଲ, ଶ୍ରୀଧର ସିଆ ଓ ଏଲନ ନାଏକ। ଏହି ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାର ସମ୍ଭାବନା ରହିଛି।ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଅଭୟା ପତ୍ରମାଝୀ, ଦିବ୍ୟରଞ୍ଜନ ସାହୁ, ଦୀପକ କୁମାର ପାତ୍ର, ଆୟୁଷ କୁମାର ଦାଶ ଓ ଏଲିୟା ନାୟକଙ୍କ ନାମ ବୈଧ ତାଲିକାରେ ସ୍ଥାନ ପାଇଛି। ଉପସଭାପତି ପଦ ପାଇଁ ନୟନ କିଶୋର ପାତ୍ର, ମିଲୁ ନାୟକ, ଅବିନାଶ ମସିହା ଦିଗାଲ ଓ ଟି. ଚିନ୍ମୟୀଙ୍କ ସମେତ ଚାରି ଜଣ ପ୍ରାର୍ଥୀ ରହିଛନ୍ତି।ଯୁଗ୍ମ ସମ୍ପାଦକ ପଦ ପାଇଁ ଅନୁମନ ବେହେରା, ସମରେନ୍ଦ୍ର ପ୍ରଧାନ ଓ ଏଲିଆଶ ମଲ୍ଲିକଙ୍କ ପ୍ରାର୍ଥିପତ୍ର ବୈଧ ହୋଇଛି। ଆଥଲେଟିକ୍ କ୍ଲବ୍‌ର ସମ୍ପାଦକ ପଦ ପାଇଁ ରାକେଶ ବଳିଆରସିଂହ, ଇସାକ ନାୟକ, ଶିବୁ ମାଝିଆସେଠ, ଏସ୍. ଶୁଭଶ୍ରୀ ପାତ୍ର ଓ ତୁଷାରା ପାତ୍ର ରହିଥିବା ବେଳେ ସହକାରୀ ସମ୍ପାଦକ ପଦ ପାଇଁ ଏଞ୍ଜେଲ ନାୟକ, ରମା ମଲ୍ଲିକ ଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନାମ ପ୍ରକାଶ ପାଇଛି।ଅନ୍ୟପକ୍ଷରେ ଡିଏସ୍‌ଏର ସହକାରୀ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ପଟ୍ଟନାୟକ, ବିଜୟ କହଁର ଓ ଅମ୍ଳାନ ନାୟକଙ୍କ ପ୍ରାର୍ଥିପତ୍ର ବୈଧ ଘୋଷିତ ହୋଇଥିବା ବେଳେ ଡିଏସ୍‌ଏ ସମ୍ପାଦକ ପଦ ପାଇଁ ରାକେଶ ବେହେରା, ଶୁଭ୍ର ସୋଭିତ ନାୟକ ଓ ଇତି ନାୟକଙ୍କ ନାମ ତାଲିକାରେ ରହିଛି।ତେବେ ନାମାଙ୍କନ ଯାଞ୍ଚ ପରେ ବିଶ୍ୱଜିତ ନାୟକଙ୍କୁ ବୟସ ଅପର୍ଯ୍ୟାପ୍ତ କାରଣରୁ ଡିଏସ୍‌ଏ ସମ୍ପାଦକ ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାସହ ଅମୃତା ମଲ୍ଲିକ, ଗମାଲିୟାମ ମଲ୍ଲିକ ଓ ରଞ୍ଜୁନୀ ମଲ୍ଲିକଙ୍କ ପ୍ରାର୍ଥିପତ୍ର ଅଧିକ ବୟସ କାରଣରୁ ଯଥାକ୍ରମେ ଯୁଗ୍ମ ସମ୍ପାଦକ ଓ ଉପସଭାପତି ପଦ ପାଇଁ ନାକଚ ହୋଇଛି।ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ବୈଧ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ଛାତ୍ର ସଂସଦ ନିର୍ବାଚନ ନିୟମାବଳୀ, ଲିଙ୍ଗଦୋହ କମିଟିର ସୁପାରିସ ଏବଂ ଉଚ୍ଚଶିକ୍ଷା ବିଭାଗ ଓ କଲେଜ ପକ୍ଷରୁ ସମୟ ସମୟରେ ଜାରି ନିର୍ଦ୍ଦେଶାବଳୀ ପାଳନ ଉପରେ ନିର୍ଭର କରିବ। ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Smart Computer Ad
You might also like
error: Content is protected !!