ଦୁର୍ଗାପୂଜା ଓ ଭସାଣିକୁ ନେଇ ପ୍ରଶାସନର କଡ଼ା ଆଭିମୁଖ୍ୟଡିଜେ ଉପରେ କଟକଣା, ବିକଟାଳ ଶବ୍ଦ କରୁଥିବା ବାଇକ୍‌ ଚାଳକଙ୍କ ଉପରେ ରହିବ ନଜର

ବାଲିଗୁଡ଼ା, ୧୦/୧୦: ସୁକାନ୍ତ କୁମାର ତ୍ରିପାଠୀ

ଶାରଦୀୟ ଦୁର୍ଗାପୂଜା ଓ ମା’ଙ୍କ ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଉତ୍ସବ ସମୟରେ ଡିଜେ ବାଜା ବ୍ୟବହାର ଉପରେ କଟକଣା ଲଗାଯିବା ସହ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ମୋଟରସାଇକେଲ ଚାଳକଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।ବାଲିଗୁଡ଼ା ଉପଜିଲ୍ଲାପାଳ

ଦୁର୍ଗାପୂଜା ଓ ଭସାଣିକୁ ନେଇ ପ୍ରଶାସନର କଡ଼ା ଆଭିମୁଖ୍ୟଡିଜେ ଉପରେ କଟକଣା, ବିକଟାଳ ଶବ୍ଦ କରୁଥିବା ବାଇକ୍‌ ଚାଳକଙ୍କ ଉପରେ ରହିବ ନଜର

ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଆଇନଶୃଙ୍ଖଳା, ଟ୍ରାଫିକ୍‌ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଉପଖଣ୍ଡର ବିଭିନ୍ନ ଅଞ୍ଚଳର ପୂଜା କମିଟି ସଦସ୍ୟ ଓ ସଂଗଠନର ପ୍ରତିନିଧିମାନେ ବୈଠକରେ ଯୋଗଦେଇଥିଲେ।ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ପୂଜା ଓ

ଦୁର୍ଗାପୂଜା ଓ ଭସାଣିକୁ ନେଇ ପ୍ରଶାସନର କଡ଼ା ଆଭିମୁଖ୍ୟଡିଜେ ଉପରେ କଟକଣା, ବିକଟାଳ ଶବ୍ଦ କରୁଥିବା ବାଇକ୍‌ ଚାଳକଙ୍କ ଉପରେ ରହିବ ନଜର

ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ନକରି ପାରମ୍ପରିକ ବାଦ୍ୟଯନ୍ତ୍ରକୁ ପ୍ରାଧାନ୍ୟ ଦେବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି। ଏଥିସହ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ବାଇକ୍‌ ଚଳାଉଥିବା ଏବଂ ବେପରୁଆ ଭାବେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସାଇଲେନ୍ସର ହଟାଇବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ

ଦୁର୍ଗାପୂଜା ଓ ଭସାଣିକୁ ନେଇ ପ୍ରଶାସନର କଡ଼ା ଆଭିମୁଖ୍ୟଡିଜେ ଉପରେ କଟକଣା, ବିକଟାଳ ଶବ୍ଦ କରୁଥିବା ବାଇକ୍‌ ଚାଳକଙ୍କ ଉପରେ ରହିବ ନଜର

ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି।ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସୁବିଧାରେ ଦର୍ଶନ, ଗାଡ଼ି ପାର୍କିଂ, ଜନଗହଳି ନିୟନ୍ତ୍ରଣ ଓ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ପୂଜା କମିଟିଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ଭସାଣି ଶୋଭାଯାତ୍ରା ସମୟରେ ଯେପରି ଅଯଥା ଭିଡ଼, ଶବ୍ଦ ପ୍ରଦୂଷଣ କିମ୍ବା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରଶାସନ ପରାମର୍ଶ ଦେଇଛି।ପର୍ବର

ଦୁର୍ଗାପୂଜା ଓ ଭସାଣିକୁ ନେଇ ପ୍ରଶାସନର କଡ଼ା ଆଭିମୁଖ୍ୟଡିଜେ ଉପରେ କଟକଣା, ବିକଟାଳ ଶବ୍ଦ କରୁଥିବା ବାଇକ୍‌ ଚାଳକଙ୍କ ଉପରେ ରହିବ ନଜର

ଆନନ୍ଦ ଓ ଉତ୍ସାହ ମଧ୍ୟରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବା ହିଁ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ଡିଜେ ଓ ବିକଟାଳ ଶବ୍ଦ ଉପରେ ଏହି କଟକଣା ଦୁର୍ଗାପୂଜାକୁ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Smart Computer Ad
You might also like
error: Content is protected !!