ପତି ଗୋବିନ୍ଦପୁର କ୍ଲଷ୍ଟରରେ ‘ସୁରଭି-୨୦୨୬’, ବଡ଼ କେଳାଝୁଳି ବିଦ୍ୟାଳୟ ପରିସରରେ ପ୍ରତିଭା ପ୍ରଦର୍ଶନ

ଚିକିଟି | ଗଞ୍ଜାମ | ଜଗନ୍ନାଥ ନାୟକ ||

ଚିକିଟି ବ୍ଲକ ଅନ୍ତର୍ଗତ ପତି ଗୋବିନ୍ଦପୁର କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ବଡ଼ କେଳାଝୁଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ନିଜର ଗୀତ, ନୃତ୍ୟ, କଳା ଓ ବିଭିନ୍ନ ସୃଜନଶୀଳ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା।

କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ପନ୍ନଗଭୂଷଣ ମାଝୀ, ଏବିଇଓ ନାୟକ ସେଠୀ, ବିଆରସିସି ତ୍ରିନାଥ ମଲ୍ଲିକ, ସିଆରସିସି ଏନ୍. ଅପନ୍ନା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ବେହେରା ଏବଂ ଏସ୍‌ଏମ୍‌ସି ସଭାପତି ନାରାୟଣୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏଥିସହ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ‘ସୁରଭି’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ମଞ୍ଚରେ ନିଜକୁ ପ୍ରକାଶ କରିବାର ଦକ୍ଷତା ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏପରି ଉତ୍ସବ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଥାଏ।

ସମସ୍ତଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା।

Smart Computer Ad
You might also like
error: Content is protected !!