ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ‌ତ୍ର ବଣ୍ଟନ

ବାଲିଗୁଡ଼ା, ୮/୧୦: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରକ୍ରିୟା ଆରମ୍ଭହୋଇଛି। ମହାବିଦ୍ୟାଳୟର +୩ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଯୋଗ୍ୟ ଛାତ୍ରଛାତ୍ରୀମାନେ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ନାମାଙ୍କନ କରିପାରିବେ।ମହାବିଦ୍ୟାଳୟ ପକ୍ଷରୁ ଜାରି ନିର୍ବାଚନ ନୋଟିସ୍ ଅନୁଯାୟୀ, ୮ ଅକ୍ଟୋବର ୨୦୨୬ ତାରିଖରେ କାର୍ଯ୍ୟ ସମୟ ମଧ୍ୟରେ ନାମାଙ୍କନ ପ‌ତ୍ର ଉପଲବ୍ଧ ହେବ। ଇଚ୍ଛୁକ ଓ ଯୋଗ୍ୟ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ପୁରୁଣା SAMS କକ୍ଷରୁ ବ୍ୟକ୍ତିଗତ ଭାବେ ନାମାଙ୍କନ ଫର୍ମ ସଂଗ୍ରହ କରିପାରିବେ।ନିର୍ବାଚନ ସମ୍ପର୍କିତ ଯେକୌଣସି ତଥ୍ୟ କିମ୍ବା ସନ୍ଦେହ ପାଇଁ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ

ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ‌ତ୍ର ବଣ୍ଟନ

୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ନିର୍ବାଚନ ଅଧୂକାରୀଙ୍କ ସହ ଯୋଗାଯୋଗ କରିପାରିବେ।ନିର୍ବାଚନ ଅଧୂକାରୀ ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ତେଜେଶ୍ବର ନାୟକ, ସହକାରୀ ନିର୍ବାଚନ ଅଧିକାରୀ ଭାବେ ବାଣିଜ୍ୟ ବିଭାଗର ଅଧ୍ୟାପକ ସରୋଜ କୁମାର ପାଠୀ ଏବଂ ଜୁଓଲୋଜି ବିଭାଗର ଅଧ୍ୟାପକ ହିମାଂଶୁ ଚ. ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।ଛାତ୍ର ସଂସଦ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥ‌ିବା ବେଳେ ନିର୍ବାଚନ ପ୍ରକ୍ରିୟା ଶୃଙ୍ଖଳିତ ଓ ସ୍ବଚ୍ଛ ଭାବେ ସମ୍ପନ୍ନ କରିବାକୁ କଲେଜ କର୍ତ୍ତୃପକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Smart Computer Ad
You might also like
error: Content is protected !!