ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||
ଜଟଣୀ :ଏମଏମଡିଆର ଆକ୍ଟ କୁ ବିରୋଧ କରି କଂଗ୍ରେସ ଓ ଇଣ୍ଡିମେଣ୍ଟ ର ସହଯୋଗୀ ଦଳ ପକ୍ଷରୁ ଆଜି ଜଟଣୀ ସହରରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହ ପ୍ରତିବାଦ ସଭା ଆୟୋଜନ l ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଦେଖିବାକୁ ମିଳିଛି। ସକାଳୁ କଂଗ୍ରେସ ସହିତ ଏହି ବନ୍ଦକୁ ସମର୍ଥନ କରୁଥିବା ଅନ୍ୟ ଦଳର ନେତା କର୍ମୀ ମାନେ ବିଭିନ୍ନ ଛକରେ ରାସ୍ତା ରୋକ କରିବା ସହିତ ପିକେଟିଙ୍ଗ କରିଛନ୍ତି। ଏହି ବନ୍ଦ ପ୍ରଭାବରେ ସାଧାରଣ ଲୋକେ ଅନେକ ସମସ୍ୟାରେ ପଡିଛନ୍ତି।
ବିଶେଷ କରି ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନ ରେ କଡା ସୁରକ୍ଷା ଯୋଗାଇ ଦିଆଯାଇଛି। ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ଷ୍ଟେସନ କୁ ଆସିବାକୁ ଅନେକ ସମସ୍ୟାରେ ପଡିଛନ୍ତି। ଅନ୍ୟପଟେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି। ସେହିପରି ଲୋକେ ଏହି ବନ୍ଦକୁ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଥିବା ବେଳେ ଗାଡି ମଟର ସବୁ ଯିବା ଆସିବା କରୁଛି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
advertisement

