ପିତାମାତାଙ୍କ ସହ ଏକାଠି ରହିବାକୁ ବାଧ୍ୟ ନୁହେଁ ଝିଅ !ଆହ୍ଲାବାଦ ହାଇକୋର୍ଟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପିତାମାତାଙ୍କ ସହ ଏକାଠି ରହିବାକୁ ଆଉ ଝିଅମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ନିଜର ପ୍ରାପ୍ତବୟସ୍କ ଝିଅଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ସାଙ୍ଗରେ ରହିବାକୁ ବାପା ମାଆ ବାଧ୍ୟ କରିପାରିବେ ନାହିଁ । ଏଭଳି ଏକ ବଡ ନିଷ୍ପତ୍ତି ଏବେ ଶୁଣାଇଛନ୍ତି କୋର୍ଟ । ଆହ୍ଲାବାଦ ହାଇକୋର୍ଟ ଏକ ହେବିୟସ୍ କର୍ପସ ଆବେଦନକୁ ଖାରଜ କରି ଏଭଳି ରାୟ ଦେଇଛନ୍ତି ।ଏକ ଆଦେଶରେ ଜଷ୍ଟିସ ସନ୍ଦିପ ଜୈନ କହିଛନ୍ତି ଯେ, ଜଣେ ସାବାଳକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ଖାସ୍ ବ୍ୟକ୍ତିଙ୍କ ସହ ରହିବାକୁ ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ କି ସେମାନେ ତାଙ୍କ ପିତାମାତା । ଏହାସହ ପିତାମାତା ତାଙ୍କ ପ୍ରାପ୍ତବୟସ୍କ ଝିଅକୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ରହିବାକୁ ଏଭଳି ଆବେଦନ ଦାଖଲ କରିପାରିବେ ନାହିଁ ବୋଲି କୋର୍ଟ ଶୁଣାଇଦେଇଛନ୍ତି ।କୋର୍ଟ କହିଥିଲେ ଯେ, ଝିଅ ଯଦି ସାବାଳକ ଏବଂ ସକ୍ଷମ ସେ ନିଜ ପସନ୍ଦର ବ୍ୟକ୍ତିଙ୍କ ସହ ନିଜ ଇଚ୍ଛା ମୁତାବକ ଜାଗାରେ ରହିବାକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ । ଏହା କହି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

Smart Computer Ad
You might also like
error: Content is protected !!