ଚନ୍ଦ୍ରପୁର l ରାୟଗଡ଼ା ଜିଲ୍ଲା l କୈଳାଶ ମାଳବିଷୋୟୀ ll ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷରରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସମୃଦ୍ଧ ଭାଷା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଷମକଟକ ଡାଏଟ ପ୍ରିନ୍ସିପାଲ ଶ୍ରୀ ଜଗନ୍ନାଥ ମେହେର ଯୋଗଦେଇ ଥିଲେ l

ସମ୍ନାନୀୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଟିଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର , ଡା. ଅଭିମନ୍ୟୁ ସେଠୀ ,ଚନ୍ଦ୍ରପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ, ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ ଶ୍ରୀ ଭାସ୍କର ଗମାଙ୍ଗ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ କାଳନ୍ଦି ଚରଣ ରାଉତ, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବରିଷ୍ଟ ଶିକ୍ଷକ ଡ ପ୍ରଦୀପ କୁମାର ଚୌଧୁରି , ମୁନାରିଗା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଜଗଦିଶ ନାୟକ, ବରିଷ୍ଟ ଶିକ୍ଷକ ଧନୁଞ୍ଜୟ ଦୋରା, ଗୋଇଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କୈଳାସ ଶବର,କିରାମା କ୍ଲଷ୍ଟର ସିଆରସିସି ରାଜେନ୍ଦ୍ର ବେହେରା, ବିଜାପୁର କ୍ଲଷ୍ଟର ସିଆରସିସି ପ୍ରଦିପ କୁମାର ବାଉରି, ସମାଜ ସେବକ କୈଳାସ ମାଳବିଶୋଇ ଯୋଗଦେଇ ଥିଲେ l

ଏଥିରେ ଚନ୍ଦ୍ରପୁର ଅଞ୍ଚଳର ତେର ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ନିଜ ନିଜ ମଧ୍ୟରେ ଥିବା ପ୍ରତିଭା ପ୍ରଦର୍ଶନ କରି ଥିଲେ l ଏଥିରେ ଯେଉଁ ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହି ଛାତ୍ର ଛାତ୍ରୀ ମାନେ ଆଗାମି ବ୍ଲକ ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶବର କହିଛନ୍ତି l

ସେହିଭଳି ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା, ହନୁମନ୍ତପୂର୍, ଓ ଜାରପା ରେ ମଧ୍ଯ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସମୃଦ୍ଧ ଭାଷା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ନାଚ ଗୀତ ମାଧ୍ୟମରେ ମଞ୍ଚ ଦୁଲୁକେଇ ଦେଇ ଥିଲେ l ଏଥିରେ ଚନ୍ଦ୍ରପୁର ତେର ଗୋଟି ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ଏବଂ ଚନ୍ଦ୍ରପୁର କ୍ଲଷ୍ଟର ସିଆରସିସି ଶ୍ରୀ ରଜନୀ କାନ୍ତ ବଳିୟାରସିଂ ମଞ୍ଚ ପରିଚାଳନା କରିଥିଲେ ଓ ବରିଷ୍ଟ ଶିକ୍ଷକ ଶ୍ରୀ ଡ ପ୍ରଦିପ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l

