ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ମୋଦିଙ୍କ ଜନ୍ମ ଦିନ ଅବସରରେ ସପ୍ତାହ ବ୍ୟାପି ଭାଗବତ ପାଠ ଓ ଲଗାଣ ବର୍ଷାରେ ପାଣି ଘେରରେ ଥିବା ଚାଷ ଜମି ପରିଭ୍ରମଣ

ବ୍ରହ୍ମପୁର,(ବିଚିତ୍ରସାହୁ):-

ମୋଦିଙ୍କ ଜନ୍ମ ଦିନ ଅବସରରେ ଏକମାସ ସେବା ସଙ୍କଳ୍ପ ଅଭିଯାନ ରେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲାର କୃଷକ ମୋର୍ଚ୍ଚା ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁକ୍ମିଣୀ ଗାଁ ଠାରେ ଜଗତ ର ମଙ୍ଗଳ କାମନା କରି ୭ଦିନ ଧରି ଶ୍ରୀ ମଦ୍ ଭାଗବତ ପାରାୟଣ ଜିଲ୍ଲା କୃଷକ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ବିଜୟ ମୁଦୁଲି ଙ୍କ ନେତୃତ୍ବରେ ସମାପ୍ତ ହୋଇଛି ଆଜି ସଭାପତିଙ୍କ ସହିତ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ରୁକ୍ମିଣୀ ଗାଁ ଠାରେ ପହଞ୍ଚିଥିଲେ ସେଠାରେ ପୂର୍ଣ୍ଣାହୁତି ରେ ଭାଗ ନେଇଥିଲେ ଗ୍ରାମର ଲୋକମାନଙ୍କ ପ୍ରସାଦ ସେବନ କରା ଯାଇଥିଲା।ସେହି ଅଞ୍ଚଳରେ ଲଗାଣ ବର୍ଷା ରେ କ୍ଷୟକ୍ଷତି ହୋଇଥିବା ପାଣି ଘେରରେ ରହିଥିବା ଜମି ପଞ୍ଚାୟତ ଗୁଡ଼ିକ ବୁଲି ଦେଖିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ହୁମା,ଗଞା,ବୋଉଳ ଗାଁ,କଚୁରୁ, ମାଧପୁର,ପଟଲାମପୁରୁ,ଚାରିଛକ ସମସ୍ତ ଜମିପାଣି ଘେରରେ ବୁଡ଼ି ରହିଛି ଚାଷିମାନଙ୍କୁ ସଭାପତି ସୂର୍ଯ୍ୟ ନାରାୟଣ ଦାସ ସାନ୍ତନା ଦେଇ କହିଲେ ଏହି ସବୁର କ୍ଷୟକ୍ଷତି ଆକଳନ କରି ସରକାର ଙ୍କ ପାଖରେ ଉପସ୍ଥାପନ କରିବୁ ଚାଷିଙ୍କ କ୍ଷତିପୂରଣ କରିବାକୁ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ଦାବି କରିବ। କୃଷକ ମୋର୍ଚ୍ଚା ର ୨୧ ଜଣିଆ ଟିମ୍ ମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଜୟ ମୁଦୁଲି ଓ ବଦ୍ରିନାଥ ସାବତ,ଉପ ସଭାପତି ଅହିଂସା ସାହୁ, ଅଶ୍ବିନୀ ରଥ, ରଘୁନାଥ ସାହୁ, ଭାର୍ଗବୀ ତନୟା ପଣ୍ଡା, ସମ୍ପାଦକ ତ୍ରିନାଥ ମହାପାତ୍ର, ରଘୁନାଥ ସାମନ୍ତରାୟ,ମୁର୍ତ୍ତୁଞୟ ପଣ୍ଡା , କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ,ଆଟି ସେଲର ଲାବନ୍ୟ ପାତ୍ର ଓ ମଣ୍ଡଳ ସଭାପତି ପ୍ରଭାତ କିସ୍ ପାଣିଗ୍ରାହୀ, ବିପ୍ରଚରଣ ପଟ୍ଟନାୟକ ,କେ ବୁଲୁ,ଅନେକ କାର୍ଯ୍ୟକର୍ତ୍ତା ପରିଭ୍ରମଣ କରି ଥିଲେ।

Smart Computer Ad
You might also like
error: Content is protected !!