ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଆୟୋଜିତ ଆଜି ଭଷାଣୀ ଉତ୍ସବରେ ଗୁଜଂରୀତ ହେଲା “ଗଣପତି ବାପ୍ପା ମୋରେୟା ଅଗଲେ ବରଷ ତୁମ ଜଲଦିସେ ଆନା’ । ସହରର ମୂଖ୍ୟ 40ଟି ପୂଜା ପେଣ୍ଡାଲର ପ୍ରଭୁ ଗଣପତିଙ୍କ ସ୍ଥାନୀୟ ସୀତାରାମ ଛକରେ ହୋଇଥିଲା ହରିହରଭେଟ । ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ବିସର୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମସ୍ତ ପୂଜା ମଣ୍ଡପ ଦ୍ଵାରା ପ୍ରଭୁଙ୍କ ମେଲାଣି ସମୟରେ ବାଘ ନାଚ, ଘୋଡ଼ା ନାଚ, ନାଗା ନାଚ, ସମ୍ବଲପୁରୀ , ଫଲ୍କ , ପଞ୍ଜାବୀ ଓ ଆଦିବାସୀ ନାଚ ସହିତ ମହୁରୀ ଆଦି ବାଜାର ତାଳେ ତାଳେ ଆଜି ଜଟଣୀ ସହର ମଧ୍ୟରେ ଭକ୍ତ ଓ ଭଗବାନ ଏକାଠି ହୋଇଥିବା ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଣ,ବାଜା ଓ ରୋଷଣୀ ସହିତ ଲକ୍ଷାଧୀକ ଜନସମାଗମ ମଧ୍ୟରେ ବିଦାୟ ନେଲେ ପ୍ରଭୁ ଗଜାନନ । ଚଳିତ 14 ତାରିଖ ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଆଜି ସେପ୍ଟେମ୍ବର 26 ତାରିଖରେ ଭଷାଣୀ ଉତ୍ସବ ଆୟୋଜନ ହୋଇଛି । ଏହି ପ୍ରରିପ୍ରେକ୍ଷୀରେ ଜଟଣୀ ଅଂଚଳର ୨୦୦ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରୁ ବିଭିନ୍ନ ପ୍ରତିଯୋଗୀତାରେ ମେଲାଣୀ ନେଲେ ପ୍ରଭୁ ଗଜାନନ । ପାର୍ବଣ ମଧ୍ୟରେ ଠାକୁରଙ୍କ ରୀତିନୀତି ଅନୁସାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହିତ ମିନାବଜାର, ଭଜନ କାର୍ଯ୍ୟକ୍ରମ, ମନୋରଞ୍ଜନ କାର୍ଯ୍ୟକ୍ରମ, ଅପେରା ଆୟୋଜନ କରାଯାଇଥିଲା। ପୂଜା ମଣ୍ଡପ ମଧ୍ୟରୁ ସ୍ଥାନୀୟ ପୋଷ୍ଟ ଅଫିସ ଛକ ଏବଂ ଗୋପବନ୍ଧୁ ଛକ ପକ୍ଷରୁ ଲଡୁ ନିଲାମ ପ୍ରକ୍ରିୟା କରାଯାଇଥିଲା। ଅନ୍ୟ ପକ୍ଷରେ ଶୃଙ୍ଖଳିତ ଭାବେ ପୂଜା ପରିଚାଳିତ ପାଇଁ ମେଲାଣି ଉତ୍ସବରେ ଭାଗନେବାଲାଗିି ପୂଜା ପେଣ୍ଡାଲର ପ୍ରଶାସନିକ ଅନୁମତିପତ୍ର ରହିଥିବା ଜଣାପଡିଛି । ଜଟଣୀ ସହରର ୨୦୦ ରୁ ଉର୍ଦ୍ଧ୍ୱ ପୂଜା ପେଣ୍ଡାଲ୍ ଗୁଡ଼ିକ ଐତିହ୍ୟ ଓ ପରଂପରା ଏବଂ ପ୍ରତିଯୋଗୀତା ମଧ୍ୟରେ ପୂଜା ଉତ୍ସବ ପାଳନ କରିଥିଲେ । ଗୋପବନ୍ଧୁ ଛକ ପୂଜାପେଣ୍ଡାଲ, ପୋଷ୍ଟ ଅଫିସ ଛକ ମୋ ଜଟଣୀ ପୂଜା ପେଣ୍ଡାଲ, ବିନାୟକ କ୍ଲବ, ହରିଭାଇନା ଛକ, ସୀତାରାମ ଛକ, ନୀଳଚକ୍ର ମାର୍କେଟ, ବଡ ବଜାର, ମାଛ ଓ ପରିବା ମାର୍କେଟ, ମେଡିକାଲ୍ ଛକ, ମହୁଲଗୁଡିଆ ଛକ ଆଦି ଛୋଟବଡଭାବେ 40 ଟି ପୂଜା ମଣ୍ଡପ ମହା ଆଡମ୍ବରରେ ଭସାଣି ଉତ୍ସବ ପାଳନ କରିଥିଲେ । ସମସ୍ତ ରାଜନୈତିକ ସଂଗଠନ ପକ୍ଷରୁ ସମସ୍ତ ପୂଜା ମଣ୍ଡପକୁ ରିତୀନିତୀନୁସାରେ ମେଲାଣି ଦିଆଯାଇଥିଲା । ଏଥି ସହିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କମିଶନରେଟ ପୋଲିସର 3 ଜଣ ଏସିପି , ଏଡିସନାଲ ଡିସିପି 2ଜଣ, 15 ଜଣ ଇନ୍ସପେକ୍ଟର, 45 ଜଣ ଏସ ଆଇ ଏବଂ ଏ ଏସ ଆଇ, 180ଜଣ ହୋମଗାର୍ଡ ସମେତ ମୋଟ 15ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଜଟଣୀ ସମେତ ଏହାର ଆଖପାଖର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆଜି ସଂଧ୍ୟାରେ ପ୍ରଭୁ ଗଜାନନ ମେଲାଣୀ କାର୍ଯ୍ୟକ୍ରମରେ ବିଦ୍ୟୁତ ସେବା ଅଧିକାରୀ, ଅଗ୍ନିଶମ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିିଥିଲେ । ଶାନ୍ତିଶୃଙ୍ଖଳା ସହିତ ମେଲାଣୀ ଉତ୍ସବକୁ ପାଳନ କରିବାଲାଗି କମିଶନରେଟ ପୁଲିସ ପକ୍ଷରୁ ପୂଜାପେଣ୍ଡାଲଗୁଡିକୁ ନିର୍ଦ୍ଧେଶ ଦିଆଯାଇଛି । ଶବ୍ଦ ପ୍ରଦ୍ୟୁଷଣଲାଗି ଭଷାଣୀ ଉତ୍ସବରେ ଡିଜେ ସାଉଣ୍ଡପ୍ରତି ଆଇନ କଡାକଡି କରାଯାଇ ଡିଜେକୁ ସଂପୁର୍ଣ୍ଣ ବାରଣ କରାଯାଇଥିଲା । ଆଜି ଭଷାଣୀଲାଗି ସଂଧ୍ୟାରେ ଭାରୀଯାନ ଚଳାଚଳ ଉପରେ କଟକଣା କରାଯାଇଥିଲା । ଏହି ଯାନବାହାନର ଗତିପଥ ବଦଳାଇ ଦିଆଯାଇଥିଲା । ଏହି କ୍ରମରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିସର୍ଜନ ଉତ୍ସବ ପାଳନ ହୋଇଥିଲା । ଏହି ଅବସରରେ ଆସନ୍ତା କାଲି ଜଟଣୀ ସହର ବନ୍ଦ ରହିବାର ସୁଚନା ଦିଆଯାଇଛି ।
