ନୟାଗଡ଼,(ପ୍ରଭାକର ଶିରୋମଣି):-
କଣ୍ଟିଲୋ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ପାଣୁ ସାହୁ ପାଟଣା ଠାରେ ନୀଳମାଧଵ କଂସା ପିତ୍ତଳ ବାସନ ନିର୍ମାଣ ଓ କାଷ୍ଟ ନିର୍ମିତ ସରଞ୍ଜାମ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଯନ୍ତ୍ରଂl ଶ ତାଲିମ କେନ୍ଦ୍ର ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ୪ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ କାରଖାନା ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ରେ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ହୋଇ ପାରିନଥିଲା ଓ ଏହି ତାଲିମ କେନ୍ଦ୍ର କୁ ଆନୁଷ୍ଠାନିକ ଭାବେ ଆଜି ଶନିବାର ଦିନ ଉନ୍ମୋଚନ କରାଯାଇଥିବା ଜଣାଯାଇଛି l ଏହି ଅବସରରେ ଆୟୋଜିତ ଏକ ସଭା ” ନୀଳମାଧବ ବେଲ ମେଟାଲ ଆଣ୍ଡ ଉଡ଼ କ୍ଲଷ୍ଟର ” ପରି ପରିଚାଳକ ନିର୍ମଳ ନାୟକ ଙ୍କ ସଯୋଜନାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇ କାରଖାନା କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର,ସିଟିଟିସି ବରିଷ୍ଟ ପରିଚାଳକ ଡ. କେ ଏମ ରାଜନ,, ବରିଷ୍ଟ ପରିଚାଳଳ ସୁଶାନ୍ତ କୁମାର ରାଉତ , ବରିଷ୍ଟ ଯନ୍ତ୍ରୀ ତଥା ସଂଯୋଜକ ଇଂ ବିଶ୍ୱ ରଞ୍ଜନ ସାହୁ ଓ ନୟାଗଡ଼ ଜିଲ୍ଲା ଶିଳ୍ପ ଅଧିକାରୀ ସମ୍ପଦ ନାୟକ ଯୋଗ ଦାନ କରି କାରିଗର ମାନଙ୍କର ତାଲିମ ଓ ଉତ୍ପାଦନ ବିଷୟରେ ଆଲୋକ ପାତ କରିଥିଲେ l ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଶ୍ୱ ବଜାରରେ କଣ୍ଟିଲୋ ବାସନ ଯେପରି ଆଦୃତ ହୋଇ ପାରିବ ସେଥିପାଇଁ ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ କାରିଗର l ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ କାରିଗର ତଥା ସଭାପତି ଦଣ୍ଡପାଣି ସାହୁ ଓ କେନ୍ଦ୍ରାଞ୍ଚଳ ଶାଖା କଂସାରୀ ସମାଜ ସଭାପତି ଅଖିଳ କୁମାର ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କଣ୍ଟିଲୋର ଶହଶହ କଂସା ପିତ୍ତଳ କାରିଗର ମାନଙ୍କର ସମସ୍ୟା ମାନ ଉପସ୍ଥାପିତ କରିଥିଲେ l ସୂଚନା ଯୋଗ୍ୟ, ଏହି ପିତ୍ତଳ ଓ କାଠ କାମ କ୍ଲଷ୍ଟରକୁ ବ୍ରହ୍ମପୁର ସ୍ଥିତ ରଘୁନାଥ ପାଠାଗାର ପରିଚାଳନା କରୁଥିବାବେଳେ ନିର୍ମଳ ନାୟକଙ୍କ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ସମ୍ପନ୍ନ କରି ଶେଷରେ ସମସ୍ତଙ୍କୁ
