ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ନୟାଗଡ଼,(ପ୍ରଭାକର ଶିରୋମଣି):-

କଣ୍ଟିଲୋ ଶନିବାର ବିଶ୍ବ ଫାର୍ମାସିଷ୍ଟ ଦିବସ ଅବସର ରେ ଓଡିଶା ଫାର୍ମାସୀ ଅଫିସର୍ ସର୍ଭିସ୍ ଆସୋସିଏସନ୍ ନୟାଗଡ଼ ଶାଖା ର ସଭାପତି ଶ୍ରୀଯୁକ୍ତ ମାନସ କୁମାର ସାହୁ ଙ୍କ ନେତୃତ୍ୱ ରେ ବଡ଼ ପଣ୍ଡୁସର୍ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସଭା ଗୃହ ରେ ଜିଲ୍ଲା ର ସମସ୍ତ ଫାର୍ମାସୀ ଅଫିସର୍ ଏକତ୍ରିତ ହୋଇ  ଏହି ଦିବସ କୁ  ପାଳନ କରିଥିଲେ l ଏହି ଅବସରରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ପରିସର ର ରେ ସଙ୍ଘରୋମଣି  ତରଫରୁ କିଛି ଓଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ସଭାପତି ମାନସ କୁମାର ସାହୁ, କୋଷାଧକ୍ଷ ଗୁରୂ ପ୍ରସାଦ ବେହେରା, ଉପସଭାପତି ସୁଶାନ୍ତ କୁମାର ସିଂ ଓ ପ୍ରତିଭା ମିଶ୍ର ,ଯୁଗ୍ମ ସମ୍ପାଦକ ଜ୍ଞାନ ରଞ୍ଜନ ବେହେରା ଓ ସନ୍ଧ୍ୟାରାଣୀ ଦାସ ,ସାଙ୍ଗଠନିକ ସମ୍ପାଦକ କ୍ରୀଷ୍ଣା ଚନ୍ଦ୍ର ମହାପାତ୍ର, କୁନ୍ଦନ କୁମାର ସାହୁ , ଲକ୍ଷ୍ମୀଧର ସାହୁ, ଅନ୍ତର୍ଯ୍ୟାମୀ ମହାରଣା ,ଦିଲୀପ କୁମାର ସ୍ୱାଇଁ,ପବିତ୍ର ପଣ୍ଡା ,ରାଜ୍ୟ କୋଷାଧକ୍ଷ ସୁଧୀର କୁମାର ନାୟକ ଙ୍କ ସହିତ ଜିଲ୍ଲା ର ୩୫ ଜଣ ଫାର୍ମାସୀ ଅଫିସର୍ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାରେ ନୂଆ କରି ଯୋଗଦେଇ ଥିବା ମୁଖ୍ୟ ଚିକତ୍ସାଧିକାରୀ ଡକ୍ଟର ବି .ଏସ . ରାଓ ଙ୍କୁ ସାକ୍ଷାତ କରି  ସଙ୍ଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରବଳ ବର୍ଷା ଓ ପବନ କୁ ଖାତିର ନକରି ଯୋଗଦେଇଥିବା ଫାର୍ମାସୀ ଅଫିସର୍ ମାନଙ୍କୁ ସଭାପତି ଶ୍ରୀ ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟ କ୍ରମକୁ  କୁନ୍ଦନ କୁମାର ସାହୁ ସଭାକୁ ପରିଚାଳନା କରିଥିଲେ।            ……………………

Smart Computer Ad
You might also like
error: Content is protected !!