ମହେନ୍ଦ୍ରତନୟାର ପ୍ରଖର ସ୍ରୋତ ଅତିକ୍ରମ କରି ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ବ୍ରହ୍ମପୁର,(ବିଚିତ୍ରସାହୁ):-

ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିବା ଦୁରବର୍ତ୍ତୀ ଜାମୁଗଣ୍ଡା ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍‌ ଦଳର ସାହସିକ ଓ ତ୍ୱରିତ ପ୍ରୟାସରେ ସୁରକ୍ଷିତ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ବୁରାତାଲ ଗ୍ରାମପଞ୍ଚାୟତର ଜାମୁଗଣ୍ଡା ଗ୍ରାମ ମହେନ୍ଦ୍ରତନୟା ନଦୀର ପ୍ରବଳ ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ସମୟରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପହଞ୍ଚାଇବା ଜରୁରୀ ହୋଇପଡ଼ିଥିଲା। ସୂଚନା ପାଇ ଓଡ୍ରାଫ୍‌ ଦଳ ତତ୍କ୍ଷଣାତ୍‌ ପହଞ୍ଚି ମହେନ୍ଦ୍ରତନୟା ନଦୀର ପ୍ରଖର ସ୍ରୋତ ମଧ୍ୟରେ ଅତ୍ୟନ୍ତ ସତର୍କତାର ସହ ଗର୍ଭବତୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପାତ୍ରପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ଓଡ୍ରାଫ୍‌ ଦଳର ଏହି ତ୍ୱରିତ, ସାହସିକ ଓ ମାନବିକ ପଦକ୍ଷେପ ଯୋଗୁଁ ଜଣେ ମା’ ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ମିଳିପାରିଛି।

Smart Computer Ad
You might also like
error: Content is protected !!