ଗଛ ପଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ତାର ଛିଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା, ୨୪/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ାରୁ ଫୁଲବାଣୀ ଯାଉଥିବା ମୁଖ୍ୟ ରାସ୍ତାର ଡାମରିକିଆ ଠାରେ ଏକ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗଛ ପଡ଼ିବା ସମୟରେ ବିଦ୍ୟୁତ୍‌ ତାର ମଧ୍ୟ ଛିଡ଼ି ରାସ୍ତାରେ ପଡ଼ିଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି।ଗଛଟି ରାସ୍ତାର ମଝିରେ ପଡ଼ି ରହିଥିବାରୁ ବାଲିଗୁଡ଼ା ଓ ଫୁଲବାଣୀ ଉଭୟ ଦିଗରୁ ଆସୁଥିବା ଯାନବାହନ ଅଟକି ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିବା ସହ ଯାତ୍ରୀ ଓ ଚାଳକମାନେ

ଗଛ ପଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ତାର ଛିଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ

ଅସୁବିଧାରେ ପଡ଼ିଛନ୍ତି।ଅନ୍ୟପକ୍ଷରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍‌ ତାରଗୁଡ଼ିକର ମରାମତି କାମ ଜାରି ରହିଛି। ରାସ୍ତାରୁ ଗଛ ହଟାଇବା ସହ ବିଦ୍ୟୁତ୍‌ ତାର ମରାମତି କରି ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସେବା ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ କର୍ମଚାରୀମାନେ ଚେଷ୍ଟା ଚଳାଇଛନ୍ତି। ମରାମତି କାମ ସରିବା ପରେ ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ଲାଇନ୍‌ ଆସିଯିବ ବୋଲି ସୂଚନା ମିଳିଛି।

Smart Computer Ad
You might also like
error: Content is protected !!