ବ୍ରହ୍ମପୁର | ନ୍ୟୁଜ ନର୍ଭ |ବ୍ରହ୍ମପୁର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଭାବେ ୨୦୧୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅଭିନବ ସୋନକର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ମସିହାରେ ୟୁପିଏସ୍ସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେ ଭାରତୀୟ ପୁଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ। ବ୍ରହ୍ମପୁରରେ ନୂତନ ଦାୟିତ୍ୱ ଗ୍ରହଣ ପରେ ଆଇନଶୃଙ୍ଖଳା ରକ୍ଷା ସହ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର, ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କୁ ତ୍ୱରିତ ଓ ସୁଗମ ପୋଲିସ ସେବା ଯୋଗାଇବା ତାଙ୍କ ପ୍ରମୁଖ ପ୍ରାଥମିକତା ରହିବ।

ବଢ଼ୁଥିବା ଜନସଂଖ୍ୟା, ଦ୍ରୁତ ସହରୀକରଣ, ଟ୍ରାଫିକ୍ ସମସ୍ୟା ଓ ଅପରାଧ ନିୟନ୍ତ୍ରଣ ଭଳି ପ୍ରସଙ୍ଗ ଉପରେ ନୂତନ ଏସ୍ପିଙ୍କ ପଦକ୍ଷେପ ଉପରେ ଏବେ ନଜର ରହିଛି | ଦାୟିତ୍ୱ ଗ୍ରହଣ ପରେ ଏସ୍ପି ଅଭିନବ ସୋନକର କହିଛନ୍ତି ଯେ, ଆଇନଶୃଙ୍ଖଳା ରକ୍ଷା ସହ ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କୁ ତ୍ୱରିତ ଓ ସୁଗମ ପୋଲିସ ସେବା ଯୋଗାଇବା ଉପରେ ତାଙ୍କର ପ୍ରାଥମିକତା ରହିବ।
