ଖୋର୍ଦ୍ଧା,(ସଞ୍ଜୀବ କୁମାର):-
”ଜଗତ ଯାହାର ଚରଣ ତଳରେହାତ ପତାଇଣ ମଗାନ୍ତି ଭିକଗଡୁ, ଛତା, କୁଶବଟୁ ଘେନି ହସ୍ତେଭିକ୍ଷା ମାଗିବାକୁ ଯାଆନ୍ତି ଦେଖ ।”ଜଗତ ଯାହାର ଚରଣାରବିନ୍ଦରେ ହାତ ପକାଇ ଭିକ ମାଗେ ସେ ନିଜେ ଭବତୀ ଭିକ୍ଷାମ୍ ଦେହି ଉଚ୍ଚରଣ ପୁର୍ବକ ବଳିକୁ ମାଗିଥିଲେ ଭିକ୍ଷା । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ଏହି ବିଷ୍ଣୁ ତାହାଙ୍କର ପଞ୍ଚମ ଅବତାରରେ ବାମନ ରୂପେ ଆବିର୍ଭୂତ ହୋଇଥିଲେ । “ଛଳୟସି ବିକ୍ରମଣେ ବଳିମଦଭୁତବାମନ,ପଦନଖନୀରଜନିତଜନପାବନ ।କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ ।“ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି । ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁ ଶ୍ରୀ ବାମନ ରୁପରେ ଜନ୍ମ ନେବାପରେ ତାପରଦିନ ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଆଜି ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥାନ୍ତି । ଅଗ୍ରଜ ଶ୍ରୀ ବଳଭଦ୍ର ଦେବ କାମପାଳ ବଳୀରାଜା ବେଶ ରେ ଶ୍ରୀ ହସ୍ତରେ ଧନୁ ଓ ଶର ଧାରଣ କରିଥାନ୍ତି । ମଧ୍ୟାନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି।
