ଆଦିବାସୀ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ସଚେତନତା

ବାଲିଗୁଡ଼ା, ତା. ୧୯/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର ‘ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରରେ ‘ବ୍ୟକ୍ତିତ୍ୱ ବିକାଶ’ ବିଷୟକୁ ନେଇ ଛାତ୍ରୀମାନଙ୍କୁ ଜୀବନରେ ସଫଳତା ପାଇଁ ଆବଶ୍ୟକ ଗୁଣ, ଆଚରଣ

ଆଦିବାସୀ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ସଚେତନତା

ଓ ଚିନ୍ତାଧାରା ସମ୍ପର୍କରେ ସଚେତନ କରାଯାଇଥିଲା। ବିଷୟ ବିଶାରଦ ଭାବେ ଉଦ୍ୟାନ କୃଷି ଅଧିକାରୀ ନିରଞ୍ଜନ ଦ୍ୱିବେଦୀ ଓ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ସରୋଜ କୁମାର ପାଠୀ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।ସେହିପରି ଓଡ଼ିଆ ବିଭାଗର ଅଧ୍ୟାପିକା ସ୍ନେହଲତା ମାଝୀ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ବର୍ଷାରାଣୀ ସୁନ୍ଦରା ମଧ୍ୟ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଆଦିବାସୀ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ସଚେତନତା

ଆଲୋଚକମାନେ କହିଥିଲେ ଯେ, ଜୀବନରେ ସଫଳତା ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ଯଥେଷ୍ଟ ନୁହେଁ। ଧୈର୍ଯ୍ୟ, ସମୟାନୁବର୍ତ୍ତିତା, ନିୟମିତ ଅଧ୍ୟୟନ, ଉତ୍ତମ ଚରିତ୍ର, ସକାରାତ୍ମକ ଚିନ୍ତାଧାରା ଏବଂ ଜଣେ ଭଲ ଶ୍ରୋତା ହେବାର ଗୁଣ ବ୍ୟକ୍ତିତ୍ୱକୁ ଅଧିକ ସୁଦୃଢ଼ କରିଥାଏ। ଏହି ଗୁଣଗୁଡ଼ିକୁ ନିରନ୍ତର ଅଭ୍ୟାସ ଓ ଆତ୍ମପ୍ରୟାସ ମାଧ୍ୟମରେ ଜୀବନରେ ଅନୁସରଣ କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ ପାଇଥିଲା।ବିଶେଷକରି

ଆଦିବାସୀ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ସଚେତନତା

ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସକାରାତ୍ମକ ମନୋଭାବ, ନିଷ୍ପତ୍ତି ନେବାର କ୍ଷମତା ଓ ନେତୃତ୍ୱ ଗୁଣ ବିକଶିତ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଉପଯୋଗୀ ହେବ ବୋଲି ବକ୍ତାମାନେ ମତ ଦେଇଥିଲେ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଶେଷରେ କାର୍ଯ୍ୟକ୍ରମର ଆୟୋଜିକା ଅଧ୍ୟାପିକା ଶ୍ରୀମତୀ ସୁଲୋଚନା କହଁର ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Smart Computer Ad
You might also like
error: Content is protected !!