ପାତ୍ରପୁର, ଗଞ୍ଜାମ | ନ୍ଯୂଜନର୍ଭ | ଜଗନ୍ନାଥ ନାୟକ |
ପାତ୍ରପୁର ବସଷ୍ଟାଣ୍ଡ ନିକଟରେ ପୁଣି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପାତ୍ରପୁର ତହସିଲ ପ୍ରଶାସନ। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାରଙ୍କ ଅଧୀନରେ ପୋଲିସ ସହାୟତାରେ ଦୁଇଟି ଜେସିବି ମେସିନ୍ ମାଧ୍ୟମରେ ଜବରଦଖଲ ହଟାଇବା କାର୍ଯ୍ୟ ଚାଲିଛି। ସୂଚନା ଅନୁଯାୟୀ, ଚଳିତ ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ତହସିଲ ପକ୍ଷରୁ ପୂର୍ବରୁ ଏକାଧିକ ଥର ନୋଟିସ୍ ଜାରି କରାଯାଇଥିଲା। ଜବରଦଖଲକାରୀମାନଙ୍କୁ ନିଜ ଆଡୁ ସରକାରୀ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିଲା। ତହସିଲ ପକ୍ଷରୁ ପୂର୍ବରୁ ଜବରଦଖଲ ଉଚ୍ଛେଦ ପରେ କେତେକ ସ୍ଥାନରେ ବିବାଦ ଉପୁଜିଥିବାରୁ ପୁଣିଥରେ ଜମିର ମାପଚୁପ କରାଯାଇ ସରକାରୀ ଜମି ଚିହ୍ନଟ କରାଯାଇଥିଲା। ଏହାପରେ ପୁଣି ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଜବରଦଖଲ ହଟାଯାଇ ନଥିବାରୁ ଶେଷରେ ପ୍ରଶାସନ ପକ୍ଷରୁ ମେସିନ୍ ଲଗାଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଉଚ୍ଛେଦ କାର୍ଯ୍ୟ ସମୟରେ ପାତ୍ରପୁର ତହସିଲଦାରଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ ଦୁଇ ପ୍ଲାଟୁନ୍ ପୋଲିସ ମୁତୟନ ରହିଛନ୍ତି। ସରକାରୀ ପାଣ୍ଠିର ସମେତ ପାତ୍ରପୁର ନିର୍ମାଣ ପ୍ରକଳ୍ପ କାମରେ ବେହେରା ଉପଯୋଗ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଉଚ୍ଛେଦ କାର୍ଯ୍ୟକୁ ନେଇ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ କରୁଛି।

