୧୬ ଦିନ ଧରି ଅନ୍ଧାରରେ ପଣସପଦର ଗ୍ରାମବାସୀ

ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା | ପଣସପଦର | କୈଳାସ ମlଳବିଶୋଇ
ଚନ୍ଦ୍ରପୁର, ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅର୍ନ୍ତଗତ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତର ପଣସପଦର ରେ ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର , ବିଦ୍ୟୁତ୍ ବିଭାଗର ନିଷ୍କ୍ରିୟତା ନେଇ ଅସନ୍ତୋଷ। ବଜ୍ରପାତ ଯୋଗୁଁ ଟ୍ରାନ୍ସଫର୍ମର ପୋଡ଼ିଯିବାର ୧୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇନାହିଁ। ଫଳରେ ଗ୍ରାମବାସୀ ଦୀର୍ଘ ୧୬ ଦିନ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ଅସୁବିଧାରେ ରହୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ , ଗତ ତା-୦୪/୦୯/୨୦୨୬ ରିଖ ଦିନ ଦ୍ବିପହରରେ ବଜ୍ରପାତ ଓ ଘଡ଼ଘଡ଼ି ସମୟରେ ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯିବା ଦୃଶ୍ୟ ଦେଖାଯାଇଥିଲା। ଏହା ପରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।

୧୬ ଦିନ ଧରି ଅନ୍ଧାରରେ ପଣସପଦର ଗ୍ରାମବାସୀ

ଘଟଣାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗର ଅଧିକାରୀ କିମ୍ବା ଯନ୍ତ୍ରୀଙ୍କ ଦେଖା ମିଳିନଥିବା ନେଇ ମଧ୍ୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ନଥିବାରୁ ଦୈନନ୍ଦିନ ଜୀବନ ସହିତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଜେଇ ଓ ଏସଡିପିଓ ଙ୍କୁ ତୁରନ୍ତ ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରି ବିଦ୍ୟୁତ୍ ସରବରାହ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ଦାବି କରିଛନ୍ତି। ୧୬ ଦିନ ଧରି ଅନ୍ଧାରରେ ରହିଥିବା ପଣସପଦର ଗ୍ରାମକୁ କେବେ ବିଦ୍ୟୁତ୍ ସେବା ଫେରିବ, ତାହାକୁ ନେଇ ଏବେ ଗ୍ରାମବାସୀଙ୍କ ଅପେକ୍ଷା।

Smart Computer Ad
You might also like
error: Content is protected !!