ସିନିୟର ସିଟିଜେନ୍ସ କ୍ଲବରେ ‘ଏକ ସାମ ଆପକେ ନାମ’ବ୍ୟାଙ୍କିଂ ସଚେତନତା ସହ ଏଫ୍‌ଡି, ଆର୍‌ଡି ଓ ସେଭିଂସ୍‌ ଆକାଉଣ୍ଟ ବିଷୟରେ ଆଲୋଚନା

ବାଲିଗୁଡ଼ା, ତା. ୧୬/୦୯:ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ା ସିନିୟର ସିଟିଜେନ୍ସ କ୍ଲବ ପରିସରରେ ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା ପକ୍ଷରୁ ‘ଏକ ସାମ ଆପକେ ନାମ’ ଶୀର୍ଷକ ଏକ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସିନିୟର ସିଟିଜେନ୍‌ମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ବିଭିନ୍ନ ବ୍ୟାଙ୍କିଂ ସେବା ଓ ସଞ୍ଚୟ ଯୋଜନା ସମ୍ପର୍କରେ ସରଳ ଭାବରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ଜମା ଯୋଜନା

ସିନିୟର ସିଟିଜେନ୍ସ କ୍ଲବରେ ‘ଏକ ସାମ ଆପକେ ନାମ’ବ୍ୟାଙ୍କିଂ ସଚେତନତା ସହ ଏଫ୍‌ଡି, ଆର୍‌ଡି ଓ ସେଭିଂସ୍‌ ଆକାଉଣ୍ଟ ବିଷୟରେ ଆଲୋଚନା

ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ବିଶେଷକରି ଫିକ୍ସଡ୍ ଡିପୋଜିଟ୍‌ (FD), ରିକରିଂ ଡିପୋଜିଟ୍‌ (RD) ଓ ସେଭିଂସ୍‌ ଆକାଉଣ୍ଟ (SA) ଭଳି ବ୍ୟାଙ୍କିଂ ଉତ୍ପାଦର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ନିୟମିତ ସଞ୍ଚୟ, ଜମା ଅର୍ଥର ସୁରକ୍ଷା ଏବଂ ନିଜ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ବ୍ୟାଙ୍କିଂ ସେବା ବାଛିବା ସମ୍ପର୍କରେ ମଧ୍ୟ ଉପସ୍ଥିତ ସଦସ୍ୟମାନଙ୍କୁ ବୁଝାଇ ଦିଆଯାଇଥିଲା।ଏହାସହିତ କାର୍ଯ୍ୟକ୍ରମରେ ଏକ ବ୍ୟାଙ୍କିଂ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ଦୈନନ୍ଦିନ ଜୀବନରେ

ସିନିୟର ସିଟିଜେନ୍ସ କ୍ଲବରେ ‘ଏକ ସାମ ଆପକେ ନାମ’ବ୍ୟାଙ୍କିଂ ସଚେତନତା ସହ ଏଫ୍‌ଡି, ଆର୍‌ଡି ଓ ସେଭିଂସ୍‌ ଆକାଉଣ୍ଟ ବିଷୟରେ ଆଲୋଚନା

ବ୍ୟାଙ୍କିଂ ସେବାର ଗୁରୁତ୍ୱ, ସଞ୍ଚୟର ଅଭ୍ୟାସ ଏବଂ ଉପଲବ୍ଧ ବିଭିନ୍ନ ଆର୍ଥିକ ସେବା ସମ୍ପର୍କରେ ସଦସ୍ୟମାନଙ୍କୁ ସଚେତନ କରାଯାଇଥିଲା। ସିନିୟର ସିଟିଜେନ୍‌ମାନେ ମଧ୍ୟ ବ୍ୟାଙ୍କିଂ ସେବା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଜିଜ୍ଞାସା ରଖିଥିବାବେଳେ ବ୍ୟାଙ୍କ କର୍ମଚାରୀମାନେ ସେଗୁଡ଼ିକର ସରଳ ଭାବରେ ସମାଧାନ କରିଥିଲେ।ବାଲିଗୁଡ଼ା ଶାଖା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ସୁସମ୍ପର୍କ ସୁଦୃଢ଼ କରିବା ସହ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ବ୍ୟାଙ୍କିଂ ସଚେତନତା ବୃଦ୍ଧି ପାଇଁ

ସିନିୟର ସିଟିଜେନ୍ସ କ୍ଲବରେ ‘ଏକ ସାମ ଆପକେ ନାମ’ବ୍ୟାଙ୍କିଂ ସଚେତନତା ସହ ଏଫ୍‌ଡି, ଆର୍‌ଡି ଓ ସେଭିଂସ୍‌ ଆକାଉଣ୍ଟ ବିଷୟରେ ଆଲୋଚନା

ପ୍ରୟାସ ଜାରି ରହିଥିବା କୁହାଯାଇଛି।କାର୍ଯ୍ୟକ୍ରମରେ ବାଲିଗୁଡ଼ା ଶାଖାର ବ୍ରାଞ୍ଚ ମ୍ୟାନେଜର ଅରୁଣ ପ୍ରସାଦ ସାହୁଙ୍କ ନେତୃତ୍ୱରେ ବ୍ୟାଙ୍କର କର୍ମଚାରୀମାନେ ଯୋଗଦେଇ ସିନିୟର ସିଟିଜେନ୍‌ମାନଙ୍କ ସହ ବିଭିନ୍ନ ବ୍ୟାଙ୍କିଂ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ନେଇ ସିନିୟର ସିଟିଜେନ୍‌ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଥିଲା।

Smart Computer Ad
You might also like
error: Content is protected !!