ଚିକିଟି | କେ. ନୂଆଗାଁ ଥାନା | ଗଞ୍ଜାମ | ଜଗନ୍ନାଥ ନାୟକ ||
ଚିକିଟି, ଗଞ୍ଜାମ କେ. ନୂଆଗାଁ ଥାନା ଛକ ନିକଟରେ ସୋମବାର ଅପରାହ୍ନରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଦିଗପହଣ୍ଡି ଗ୍ରାମର ମନୀଷା କୁମାରୀ ଗୌଡ଼ (୨୩), ତାଙ୍କ ସମ୍ପର୍କୀୟ ମୀନତି ସାହୁ (୬୦) ଏବଂ ଜାକର ଗ୍ରାମର ମନୋଜ କୁମାର ପ୍ରଧାନ (୪୯)। ସୂଚନା ଅନୁଯାୟୀ, ମନୀଷା ଏବଂ ମୀନତି ସ୍କୁଟି ଯୋଗେ ଚିକିଟିର ପ୍ରସିଦ୍ଧ ମା’ ବାଳକୁମାରୀ ପୀଠ ସହ ଦର୍ଶନ ସାରି ନିଜ ଗାଁ ଦିଗପହଣ୍ଡିକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ମନୋଜଙ୍କ ବାଇକ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମ୍କେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କେ. ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ସ୍କୁଟିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
