ଚିକିଟିଗଡ଼ ମୁଖ୍ୟ ରାସ୍ତାରେ ଗାଈ, କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ; ବଢ଼ୁଛି ଦୁର୍ଘଟଣାର ଆଶଙ୍କା
ଚିକିଟି | ଗଞ୍ଜାମ | ଜଗନ୍ନାଥ ନାୟକ ||
ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ଚିକିଟିଗଡ଼ ମୁଖ୍ୟ ରାସ୍ତାରେ ଦିନକୁ ଦିନ ଗାଈ, କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ରାସ୍ତା ଉପରେ ଗାଈ ଓ କୁକୁରଙ୍କ ଅବାଧ ଚଳାଚଳ ଯୋଗୁଁ ଏକ୍ସି ଡ଼େଣ୍ଟ ମଧ୍ୟ ହେଉଛିଯାତାୟାତ ବ୍ୟାହତ ହେବା ସହ ଯାତ୍ରୀ ଓ ଗାଡ଼ି ଚାଳକମାନେ ଭୟଭୀତ ହୋଇପଡ଼ିଛନ୍ତି। ଯାତାୟାତ ସମୟରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ, ମାଙ୍କଡ଼ ଓ ହନୁମାନଙ୍କ ଉପଦ୍ରବ ଯୋଗୁଁ ଗ୍ରାମାଞ୍ଚଳର ଚାଷୀମାନେ ନିଜ ଫସଲକୁ ସୁରକ୍ଷା ଦେବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରିଶ୍ରମରେ ଉପାର୍ଜିତ ଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ମନରେ ଚିନ୍ତାର ଛାୟା ଘନୀଭୂତ ହୋଇଛି। ଏଭଳି ଏକ ଜନସ୍ୱାର୍ଥ ସମ୍ବନ୍ଧୀୟ ସମସ୍ୟା ପ୍ରତି ପରିଷଦ କର୍ତ୍ତୃପକ୍ଷ ଶୀତତାପ କଠରିରୁ ବାହାରି ଆସି ପରିଦର୍ଶନ କରିବା ସହ ବାସ୍ତବ ଚିତ୍ରତୁରନ୍ତ ଅନୁସନ୍ଧାନ କରିଦୃଷ୍ଟି ଦେଇ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ, ଏହି ଦାବି ସ୍ଥାନୀୟ ଜନସାଧାରଣ ଓ ଚାଷୀମାନଙ୍କ ପକ୍ଷରୁ ହୋଇଛି।
