ମୋ ପରିବାର”ପ୍ରତିଷ୍ଠାତା ପାଇଲେ ଉତ୍କଳମଣୀ ସେବା ସମ୍ମାନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି, ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହେଉଛି l ଆଜି ଭୁବନେଶ୍ଵର ବିଜେପି ନଗରର ସାମାଜିକ ସଂଗଠନ “ଶାନ୍ତି ଫାଉଣ୍ଡେସନ”ର ୧୫ତମ ବାର୍ଷିକ ଉତ୍ସବ ରାଜଧାନୀ ସ୍ଥିତ ବୁଦ୍ଧ ମନ୍ଦିର ର ସଭା କକ୍ଷରେ ଆୟୋଜନ ହୋଇଥିଲା l ଶାନ୍ତି ଫାଉଣ୍ଡେସନ୍ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ଉତ୍କଳମଣୀ ସେବା ସମ୍ମାନରେ” ମୋ ପରିବାର”ଏବଂ ପ୍ରତିଷ୍ଠାତାଙ୍କୁ ସମ୍ମାନୀତ କରାଯାଇଥିଲା l “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସମ୍ମାନ ଗ୍ରହଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ସମାଜସେବୀ ସଞ୍ଜୟ କୁମାର ପରିଡ଼ା ଓ ସମାଜସେବୀ ସନ୍ଧ୍ୟା ରାଣୀ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ l ସମାରୋହରେ ଓଡିଶାର ପ୍ରତିଷ୍ଠିତ ସମାଜସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନୀତ କରା ଯାଇଥିଲା l ସମ୍ମାନ ଗ୍ରହଣ କରିବା ପରେ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ l

Smart Computer Ad
You might also like
error: Content is protected !!