ରାଜାବଜାର ପୂଜା କମିଟି’, କାଦୁଆ ଗଣେଶଙ୍କ ଧବଳ ମୁଖ ଦର୍ଶନରେ ହୁଏ ସନ୍ତାନ ପ୍ରାପ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ,ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜାଲାଗି ଜଟଣୀ ସହରର ଚଳଚଚଂଳ ହୋଇଛି । ଏହି ପୂଜା ୧୧ଦିନ ତଥା ପୁର୍ଣ୍ଣମୀ ତିଥୀ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଭୁ ଗଜାନନ ଜଟଣୀର ବିଭିନ୍ନ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ସେଥି ମଧ୍ୟରୁ ଅନେକ ପୂଜାମଣ୍ଡପର ପୂଜାର ପଛର ଐତିହ୍ୟ ରହିଛି । ସେଥି ମଧ୍ୟରୁ ଜଟଣୀ ରାଜା ବଜାରରେ ପୂଜା ପାଉଥିବା କାଦୁଆ ଗଣେଶ ଅନ୍ୟତମ । ଯେଉଁଠି କାଦୁଆ ଗଣେଶଙ୍କ ଧବଳ ମୁଖ ଦର୍ଶନ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ଏଠାରେ ଐତିହ୍ୟ ତଥା ପୈାରାଣିକ ଗାଥା ରହିଛି । ରାଜା ବଜାର ପୂଜା କମିଟି ସଭାପତି ଶରତ କୁମାର ସାହୁ ଓ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନଙ୍କ ସୁଚନାନୁଯାୟୀ, ରାଜାବଜାର ଗଜାନନଙ୍କ ପୂଜା ୧୯୩୭ ମସିହାଠାରୁ ଆରମ୍ଭ ହୋଇଥିବା ଶୁଣାଯାଏ । ଏଠାରେ ସ୍ୱର୍ଗତ ଦିନବନ୍ଧୁ ସାହୁ ଏବଂ ତାଙ୍କର କିଛି ସହଯୋଗୀ ମିଳିତଭାବେ ପୂଜା ଆରମ୍ଭ କରିଥିଲେ । କୁହାଯାଏ ପୂଜା ଆରମ୍ଭ ବର୍ଷଠାରୁ ଏଠାରେ ବର୍ଷା ହେବାର ଏକ ଅଲୈାକିକ ରହସ୍ୟି ରହିଛି । ତେଣୁ ଏହି ପୂଜା କାଦୁଅ ପଚପଚ ପରିବେଶ ମଧ୍ୟରେ ହେଉଥିବାରୁ ଏହାକୁ କାଦୁଅ ଗଣେଶ ବୋଲି କୁହାଯାଏ । ଏଠାରେ ପୂଜା ପାଉଥିବା ପ୍ରଭୁ ଗଜାନନଙ୍କ ମୁଖ ଧବଳ ହୋଇଥାଏ । ଏଥି ବ୍ୟତିତ ନିସନ୍ତାନ ମହିଳାମାନେ ସନ୍ତାନପ୍ରାପ୍ତିଲାଗି ମାନସିକ ରଖି ଏହି କାଦୁଆ ଗଣେଶଙ୍କ ମୁଖ ଦର୍ଶନ କଲେ ସନ୍ତାନପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତିଦିନ ଠାକୁରଙ୍କ ନିକଟରେ ୧କ୍ୱିଂଟାଲ ମିଷ୍ଟାନ୍ନ ଭୋଗଲାଗି ହୋଇଥାଏ । ଚଳିତବର୍ଷ ପୂଜାକୁ ଆହୁରି ଜାକଜମକ ମଧ୍ୟରେ କରାଯାଉଛି । ପ୍ରତିଦିନ ପୂଜା ମଣ୍ଡପରେ ଭଜନକିର୍ତନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

Smart Computer Ad
You might also like
error: Content is protected !!