ଯାତ୍ରୀଙ୍କଠାରୁ ଟଙ୍କା ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ରୋଡ୍ ଜିଆରପି ପୁଲିସ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ: ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ରୋଡ୍ ଜିଆରପି ପୁଲିସ। ଜିଆରପି ଓ ଆରପିଏଫ୍‌ର ସିଆଇବି (CIB) ଟିମ୍‌ର ମିଳିତ ଅପରେସନ୍‌ରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି |ଆଜି ସରକାରୀ ରେଳବାଇ ପୋଲିସ ଡ଼ିଏସପି ଜଗନ୍ନାଥ ମଲ୍ଲିକ ପ୍ରେସ ମିଟ କରି ଏହି ଚୋରି ଘଟଣାର ସୂଚନା ଦେଇଛନ୍ତି |ପୁଲିସ ସୂଚନା ଅନୁଯାୟୀ ଅନୁଯାୟୀ, ଗତ ୧୪ ଅକ୍ଟୋବର ରାତି ପ୍ରାୟ ୧୧ଟା ସମୟରେ ବବିତା ରେଶମା (୩୪) ନାମ୍ନୀ ଜଣେ ମହିଳା ନିଜ ପରିବାର ସହ ଟ୍ରେନ ନମ୍ବର 12863 ଯୋଗେ ହାୱଡ଼ା ଷ୍ଟେସନରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିଲେ। ସକାଳୁ ଉଠିବା ପରେ ତାଙ୍କ ବ୍ୟାଗ୍‌ରୁ ଟଙ୍କା, ସୁନା ଅଳଙ୍କାର, ହୀରା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାର ମୋଟ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ।ଅଭିଯୋଗ ପରେ ଖୋର୍ଦ୍ଧା ରୋଡ୍ ଜିଆରପି ଥାନାରେ କେସ୍ ନଂ-୧୩୬/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଜିଆରପି ଓ ଆରପିଏଫ୍‌ର କ୍ରାଇମ ବ୍ରାଞ୍ଚ ଟିମ୍ ମିଳିତ ଭାବେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ |ଗିରଫ ଅଭିଯୁକ୍ତ ହେଲେ ରାଜସ୍ଥାନ ବିକାନେର ଅଞ୍ଚଳର ଅନୁମୋଲ ବ୍ୟାସ (୨୫) ଏବଂ କଟକ ଜିଲ୍ଲା ଲାଲବାଗ ଥାନା ଅଞ୍ଚଳର ଆକାଶ ବର୍ମା (୩୨) | ପୁଲିସ ସୂଚନା ଅନୁସାରେ, ଅନୁମୋଲ ଚୋରି ଘଟଣାରେ ଅଭିଯୁକ୍ତ ଥିବାବେଳେ ଆକାଶ ଚୋରି ସୁନା ଗ୍ରହଣ କରୁଥିବା ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି।ଚଢ଼ାଉ ସମୟରେ ପ୍ରାୟ ୬୬.୮୨୦ ଗ୍ରାମ ଓଜନର ଦୁଇଟି ତରଳାଯାଇଥିବା ସୁନା ଖଣ୍ଡ, ୩,୮୦୦ ଟଙ୍କା ନଗଦ, ଗୋଟିଏ ସାମସଙ୍ଗ ମୋବାଇଲ୍ ଫୋନ୍ ଏବଂ ତିନୋଟି ହାତଘଣ୍ଟା ଜବତ କରାଯାଇଛି। ଜବତ ସାମଗ୍ରୀଗୁଡ଼ିକୁ ଚୋରି ମାମଲା ସହ ଯାଞ୍ଚ କରାଯାଉଛି।ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଚୋରି ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ, ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଏବଂ ଜବତ ସାମଗ୍ରୀର ପ୍ରକୃତ ମାଲିକାନା ନେଇ ପୁଲିସର ତଦନ୍ତ ଜାରି ରହିଛି।

Smart Computer Ad
You might also like
error: Content is protected !!