ଆଦିବାସୀ ଡିଗ୍ରୀ କଲେଜରେ ଆଇସେକ୍ଟର କୌଶଳ ବିକାଶ ଯାତ୍ରା ଓ AI ସାକ୍ଷରତା ମିଶନଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଓ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଦିଆଗଲା ଶିକ୍ଷା
ବାଲିଗୁଡ଼ା,୦୩/୧୧ (ସୁକାନ୍ତ କୁମାର ତ୍ରିପାଠୀ): ଆଧୁନିକ ଯୁଗରେ ଶିକ୍ଷା ସହିତ ବୈଷୟିକ ଜ୍ଞାନ ଓ ଦକ୍ଷତା ବିକାଶର ଗୁରୁତ୍ୱକୁ ଉପଲବ୍ଧି କରି ଦେଶର ଅଗ୍ରଣୀ ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ (AISECT) ପକ୍ଷରୁ ଆୟୋଜିତ ‘କୌଶଳ ବିକାଶ ଯାତ୍ରା-୨୦୨୬’ ଏବଂ ‘AI ସାକ୍ଷରତା ମିଶନ’ ଆଦିବାସୀ ଡିଗ୍ରୀ କଲେଜ, ବାଲିଗୁଡ଼ାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟସ୍ତରୀୟ ଅଭିଯାନ ଦେଶର ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ନିଯୁକ୍ତିଭିତ୍ତିକ ଦକ୍ଷତା ସମ୍ପର୍କରେ ସଚେତନ କରାଉଛି।ଏହି ଅଭିଯାନ ଅନ୍ତର୍ଗତ ମାଗଣା AI ସେମିନାର, ବୈଷୟିକ କର୍ମଶାଳା, କ୍ୟାରିୟର ପରାମର୍ଶ ଅଧିବେଶନ ଏବଂ ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ କରାଯାଉଛି। ଏହାଦ୍ୱାରା ଯୁବପିଢ଼ିଙ୍କୁ ଆଗାମୀ ଦିନର ଆହ୍ୱାନର ସମ୍ମୁଖୀନ ହେବା ସହ ରୋଜଗାରର ନୂତନ ସୁଯୋଗ ହାସଲ କରିବା ପାଇଁ

ପ୍ରସ୍ତୁତ କରାଯାଉଛି।ଆଇସେକ୍ଟର ମୁଖପାତ୍ର ଶ୍ରୀ ସନ୍ତୋଷ ଚୋବେ କହିଛନ୍ତି ଯେ, କୌଶଳ ବିକାଶ ଯାତ୍ରା-୨୦୨୬ କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହିତ ଯୋଡ଼ିବା ଏବଂ ନିଯୁକ୍ତିମୁଖୀ ଶିକ୍ଷା ପ୍ରଦାନ କରିବାର ଏକ ଅଭିନବ ପ୍ରୟାସ। ଏହା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ବାଲିଗୁଡ଼ା ଆଦିବାସୀ ଡିଗ୍ରୀ କଲେଜରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ଆଚାର୍ଯ୍ୟ, ବ୍ଲେସିଂ ଏଜୁକେସନାଲ ଇନଷ୍ଟିଚ୍ୟୁସନ ସେଣ୍ଟରର ଅଧ୍ୟକ୍ଷ ଶ୍ରୀ ସୁକଦେବ ଦିଗାଲ, ଶ୍ରୀମତୀ ବର୍ଷାରାଣୀ ଡାକୁଆ, ଆଇସେକ୍ଟ ଓଡ଼ିଶାର କ୍ଷେତ୍ରୀୟ ସଂଯୋଜକ ଶ୍ରୀ ଚୌଧୁରୀ ସତ୍ୟବ୍ରତ ଦାଶ, ଶ୍ରୀ ନୀଳାଦ୍ରି ମହାରଣା ଏବଂ ବିଜନେସ୍ ଡେଭଲପମେଣ୍ଟ ଏକ୍ଜିକ୍ୟୁଟିଭ୍ (BDE) ଶ୍ରୀ ସୁଧାଂଶୁ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥି ଓ ବକ୍ତାମାନେ କୃତ୍ରିମ ବୁଦ୍ଧିମତ୍ତାର ବର୍ତ୍ତମାନ ଓ ଭବିଷ୍ୟତରେ ବ୍ୟବହାର, ଶିକ୍ଷା, ନିଯୁକ୍ତି, ଗବେଷଣା ଏବଂ ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ

ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଆଗାମୀ ଦିନରେ AI ଜ୍ଞାନ ଓ ଡିଜିଟାଲ ଦକ୍ଷତା ଯୁବପିଢ଼ିଙ୍କ କ୍ୟାରିୟର ଗଠନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଏହି AI ସାକ୍ଷରତା ମିଶନ ଓ କୌଶଳ ବିକାଶ ଯାତ୍ରାକୁ ଯୁବପିଢ଼ିଙ୍କ ପାଇଁ ଏକ ଉପଯୋଗୀ ଓ ମାର୍ଗଦର୍ଶକ ପଦକ୍ଷେପ ବୋଲି ମତ ଦେଇଥିଲେ। ଏପରି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ପରିଚିତ ହେବା ସହ ନିଜର ଦକ୍ଷତା ବୃଦ୍ଧି କରିବାର ସୁଯୋଗ ପାଇପାରିବେ।ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସଫଳ ସମାପନ ଘୋଷଣା କରାଯାଇଥିଲା। ଭବିଷ୍ୟତରେ ଦେଶର ପ୍ରତ୍ୟେକ ଯୁବକଯୁବତୀଙ୍କୁ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ସହ ସଶକ୍ତ କରିବା ଲକ୍ଷ୍ୟରେ ଆଇସେକ୍ଟ ପକ୍ଷରୁ ଏଭଳି ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
