ଓଡ଼ିଶା ଉପରେ ବାତ୍ୟା ମୁରାସୁର ସିଧାସଳଖ ପ୍ରଭାବ ରହିବନି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷିବ। ୪୦ରୁ ୫୦ କିମି ବେଗରେ ବହିବ ଝଟକା ପବନ। ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ୭ରୁ୧୨ ସେମି ଯାଏ ପ୍ରବଳ ବର୍ଷା ହୋଇପାରେ। ଆଜିଠୁ ୪ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ବାରଣ କରାଯାଇଛି।”- ମନୋରମା ମହାନ୍ତି, ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ*

Smart Computer Ad
You might also like
error: Content is protected !!