ମଦନପୁର ପଞ୍ଚାୟତ ର ନୀଳକଣ୍ଠେ ଶ୍ଵର ମନ୍ଦିର ମାଲିକାନା ଏବଂ ବେଢା ପରୀକ୍ରମ କୁ ନେଇ ବଡ଼ ରଘୁନାଥ ପୁର ଏବଂ ମଦନ ପୁର ମଧ୍ୟ୍ୟରେ ଲାଗିଥିବା ବିବାଦ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ANC- ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତଃ ମଦନପୁର ପଞ୍ଚାୟତ ର ନୀଳକଣ୍ଠେ ଶ୍ଵର ମନ୍ଦିର ମାଲିକାନା ଏବଂ ବେଢା ପରୀକ୍ରମ କୁ ନେଇ ବଡ଼ ରଘୁନାଥ ପୁର ଏବଂ ମଦନ ପୁର ମଧ୍ୟ୍ୟରେ ଲାଗିଥିବା ବିବାଦ ର ସମାଧାନ ହେଉନଥିବାରୁ। ବର୍ଷ ବର୍ଷ ର ପରମ୍ପରା ବନ୍ଦ ହୋଇଛି। ରାଜ ରାସ୍ତାରେ ଉଭୟ ପକ୍ଷର ଚଳନ୍ତି ପ୍ରତିମା ପୋଲିସ ଉପସ୍ଥିତିରେ ପୂଜା ପାଇଥିଲେ।ଗତକାଲି ଇନ୍ଫୋଭ୍ୟାଲି ଥାନା ପରିସରରେ ଉଭୟ ଗ୍ରାମର ଗ୍ରାମବାସୀ ଙ୍କୁ ନେଇ ଶାନ୍ତି କମିଟି ବୈଇଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଉକ୍ତ ବୈଇଠକ ରେ କୌଣସି ସମାଧାନର ବାଟ ବାହାରି ନଥିବାରୁ ଆଜି ପୁଣି ବେଢା ପରୀକ୍ରମା କୁ ନେଇ ଏକ ବଡ ଧରଣର ବିବାଦ ଉପୁଜିବାର ପୂର୍ବାନୁମାନ କରାଯାଇଥିଲା। ଉଭୟ ଗ୍ରାମର ବିବାଦ କୁ ଆଖି ଆଗରେ ରାକ୍ଷୀ କମିଶନରେଟ ପୋଲିସ ପକ୍ଷରୁ ଘଟଣା ସ୍ଥଳରେ ଅଡିଶନାଲ ଡିସିପି, ଏସିପି ଜୋନ 3, ୩ଟି ଥାନାର ଥାନା ଅଧିକାରୀ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ମନ୍ଦିର ପରିସର ରେ ୧୪୪ ଧରା ଜାରିରହିଥିବାରୁ କାର୍ତିକ ମାସରେ ନୀଳକଣ୍ଠେଶ୍ଵର ଙ୍କୁ ଦର୍ଶନ କରିବାରୁ ବଞ୍ଚିତ ଅଛନ୍ତି ଉଭୟ ଗ୍ରାମର ଗ୍ରାମବାସୀ।
