ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା: ବଡବଜାର ପୂଜା ପେଣ୍ଡାଲରେ ପୂଜା ପାଆନ୍ତି ପିତଳ ନିର୍ମିତ ପ୍ରଭୁ ଗଜାନନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜା ଆଜି ଜଟଣୀ ସହର ଉତ୍ସବ ମୁଖର ରହିଥିବା ବେଳେ ନିଆରା ଢଙ୍ଗରେ ପୂଜା ପାଆନ୍ତି ଜଟଣୀର ବ୍ୟବସାୟିକ ପେଣ୍ଠସ୍ଥଳୀ ବଡ଼ ବଜାର ପୂଜା ମଣ୍ଡପରେ । ଚଳିତବର୍ଷ ଜଟଣୀ ସହରରେ ମୂଖ୍ୟ ପେଣ୍ଡାଲଭାବେ ୪୫ରୁ ଉର୍ଦ୍ଧ୍ୱ ରହିଥିବା ବେଳେ ଛୋଟ ବଡଭାବେ ୨୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପ୍ରଭୁ ଗଜାନନ ପୂଜାପାଉଛନ୍ତି । ଏହି ପ୍ରରୀପ୍ରେକ୍ଷୀରେ ଜଟଣୀର ବ୍ୟବସାୟୀକ ତଥା ସର୍ବପୁରାତନ ବ୍ୟବସାୟୀକ ବଜାର ବଡବଜାରରେ ଚଳିତବର୍ଷ ମହାଆଡମ୍ବର ମଧ୍ୟରେ ନ ହେଲେ ମଧ୍ୟ ପରମ୍ପରାନୁଯାୟୀ ଗଜାନନଙ୍କ ପୂଜା କରାଯାଇଛି । ଚଳିତବର୍ଷ ଏହି ପୂଜା ମଣ୍ଡପଲାଗି ବ୍ୟବସାୟୀମାନଙ୍କ ସଂଖ୍ୟା ହ୍ରାସ ପାଇଛି । ଏହି ବଡବଜାର ଦେଇ ଜଟଣୀର ବହୁପ୍ରତିକ୍ଷୀତ ଫ୍ଲାଏଓଭର ବ୍ରିଜ ନିର୍ମାଣ ଯୋଗୁଁ ଏକାଧୀକ ବ୍ୟବସାୟୀମାନଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଉଛେଦ ହୋଇଯାଇଛି । ତେଣୁ ଏହି ପୂଜା ମଣ୍ଡପକୁ ୨୦୦ ବ୍ୟବସାୟୀ ଆୟୋଜନ କରୁଥିବା ବେଳେ ଚଳିତବର୍ଷ ସ୍ୱଳ୍ପ ବ୍ୟବସାୟଙ୍କ ଦ୍ୱାରା ଆୟୋଜନ କରାଯାଉଛି । ତେବେ ଯାହା ହେଉନା କାହିଁକି ଠାକୁରଙ୍କ ପରମ୍ପରାକୁ ବଜାୟ ରଖ୍‌ି ସମସ୍ତ ଆୟୋଜନ କରାଯାଉଛି । ଏହି ପୂଜା ଦିର୍ଘ ୮୦ ବର୍ଷଠାରୁ ହୋଇ ଆସୁଥିବା ବେଳେ ଆଗକୁ ମଧ୍ୟ ଏହା ବଳବତର ରହିବ ବୋଲି ବଡବଜାର ପୂଜାକମିଟି ସଭାପତି ଶ୍ରୀନିବାସ ଜେନା ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ସହରର ବଡବଜାର ପୂଜା ପେଣ୍ଡାଲ ଅତିତରେ ଜଟଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ବେଳେ ବ୍ୟବସାୟୀମାନଙ୍କ ସମସ୍ୟାକୁ ଆଧାର କରି ପୂଜା ଜାକଜମକରେ ହେବା କଷ୍ଟସାଧ୍ୟ ହେଲାଣି । ଏଠାରେ ପୂଜା ପାଉଥିବା ପ୍ରଭୁ ଗଜାନନ, ମାତା ସରସ୍ୱତୀ ଓ ଲକ୍ଷ୍ମୀଙ୍କ ମସ୍ତକରେ ସାଢେ ୮କେଜି ରୈାପ୍ୟ ଅଳଙ୍କାର ଖଚିତ ମୁକୁଟ ଶୋଭା ପାଉଥିବା ବେଳେ ଏହା କିଛି ଦିନ ହେଲା ଦେଖିବାକୁ ମିଳୁନାହିଁ । ଅନ୍ୟପଟେ ଏଠାରେ ପାରମ୍ପରିକ ପିତଳ ନିର୍ମିତ ମୂର୍ତ୍ତି ପୂଜା ପାଉଥିବା ବେଳେ ଏହାକୁ ସ୍ଥାୟୀ ଭାବେ ପିଣ୍ଡଦାନ କରିବାକୁ ଯୋଜନା କରିଛନ୍ତି ବ୍ୟବସାୟୀ ମାନେ l କିଛି ସମସ୍ୟା ଯୋଗୁଁ ଠାକୁରଙ୍କ ରୈାପ୍ୟବେଶ ସ୍ଥଗିତ ରଖାଯାଇଛି । ସ୍ଥାୟୀ ସମାଧାନ ପରେ ଶ୍ରଦ୍ଧାଳୁମାନଙ୍କ ଲାଗି ଏହା ପ୍ରଦର୍ଶିତ କରାଯିବ ବୋଲି ସଭାପତିଙ୍କଠାରୁ ମତବ୍ୟକ୍ତ ହୋଇଛି । ଏଠାରେ ବ୍ୟବସାୟୀମାନଙ୍କ ଅପେକ୍ଷା ଭକ୍ତମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି ପୂଜା ମଣ୍ଡପ ଆୟୋଜକ କମିଟି ସଦସ୍ୟ । ଭକ୍ତଙ୍କ ଭକ୍ତିକୁ ଆଧାରକରି ପରମ୍ପରାନୁସାରେ ଭିନ୍ନ ଭିନ୍ନ ଭୋଗ ସେମାନଙ୍କୁ ପରଷା ଯାଇଥାଏ ବୋଲି କୁହାଯାଇଛି । ତେଣୁ ଏଠାରେ ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ ।

Smart Computer Ad
You might also like
error: Content is protected !!