ବାଲିଗୁଡ଼ାରେ ଉତ୍ସାହ ଉଦ୍ଦୀପନାରେ ଗଣେଶ ପୂଜା : ଭକ୍ତିମୟ ପରିବେଶରେ ଝଲସିଲା ସହର

ବାଲିଗୁଡ଼ା, ତା. ୧୪/୦୯: ସୁକାନ୍ତ କୁମାର ତ୍ରିପାଠୀ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାକୁ ନେଇ ସୋମବାର ବାଲିଗୁଡ଼ା ସହର ସମେତ ବିଭିନ୍ନ ଅଞ୍ଚଳରେ ଭକ୍ତି ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ବିଭିନ୍ନ ପୂଜାମଣ୍ଡପରେ ମନୋମୁଗ୍ଧକର ଗଣେଶ ମୂର୍ତ୍ତି ସହ ଆକର୍ଷଣୀୟ ସାଜସଜ୍ଜା ଓ

ବାଲିଗୁଡ଼ାରେ ଉତ୍ସାହ ଉଦ୍ଦୀପନାରେ ଗଣେଶ ପୂଜା : ଭକ୍ତିମୟ ପରିବେଶରେ ଝଲସିଲା ସହର

ରଙ୍ଗବେରଙ୍ଗ ଆଲୋକମାଳା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ପ୍ରାତଃ ସମୟରୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପୂଜାମଣ୍ଡପଗୁଡ଼ିକ ଭକ୍ତିମୟ ହୋଇଉଠିଥିଲା। ଶ୍ରଦ୍ଧାଳୁମାନେ ପରିବାର ସହ ମଣ୍ଡପକୁ ଆସି ପ୍ରଭୁ ଗଣେଶଙ୍କ ଦର୍ଶନ କରିବା ସହ ନିଜ

ବାଲିଗୁଡ଼ାରେ ଉତ୍ସାହ ଉଦ୍ଦୀପନାରେ ଗଣେଶ ପୂଜା : ଭକ୍ତିମୟ ପରିବେଶରେ ଝଲସିଲା ସହର

ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।ସନ୍ଧ୍ୟା ସମୟରେ ପୂଜାମଣ୍ଡପଗୁଡ଼ିକରେ ଦର୍ଶନାର୍ଥୀଙ୍କ ଭିଡ଼ ବଢ଼ିଥିଲା। ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପୂଜାକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ପୂଜା କମିଟି ପକ୍ଷରୁ ଭଜନ, ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ

ବାଲିଗୁଡ଼ାରେ ଉତ୍ସାହ ଉଦ୍ଦୀପନାରେ ଗଣେଶ ପୂଜା : ଭକ୍ତିମୟ ପରିବେଶରେ ଝଲସିଲା ସହର

ପରିବେଷଣ ସହ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।ବାଲିଗୁଡ଼ା ଟାଉନର ବନବାସୀ ସେବା ପୂଜା ସମିତି, ପାଟଖଣ୍ଡା ପବ୍ଲିକ ସ୍କୁଲ, ଆରଜେ ଟ୍ୟୁଟୋରିଆଲ୍ସ, ଫ୍ରେଣ୍ଡସ୍ ଗ୍ରୁପ୍, ସରକାରୀ ଆଶ୍ରମ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଗଣେଶ ପୂଜା

ବାଲିଗୁଡ଼ାରେ ଉତ୍ସାହ ଉଦ୍ଦୀପନାରେ ଗଣେଶ ପୂଜା : ଭକ୍ତିମୟ ପରିବେଶରେ ଝଲସିଲା ସହର

ପାଳିତ ହୋଇଥିଲା। ସେହିପରି ସରକାରୀ ସ୍କୁଲ ପରିସରରେ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଜଳୁଥିବା ରଙ୍ଗିନ ଆଲୋକମାଳା ସହ ଭକ୍ତି ସଙ୍ଗୀତରେ ସମଗ୍ର ପରିବେଶ ଉତ୍ସବମୁଖର

ହୋଇପଡ଼ିଥିଲା। ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆନନ୍ଦ ଦେଇଥିଲା। ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ଏହି କାମନା ସହ ବାଲିଗୁଡ଼ାରେ ଭକ୍ତି ଓ ଉତ୍ସାହର ସହ ଗଣେଶ ପୂଜା ପାଳିତ ହୋଇଥିଲା।

Smart Computer Ad
You might also like
error: Content is protected !!