ନୟାଗଡ଼,(ପ୍ରଭାକର ଶିରୋମଣି):-
କଣ୍ଟିଲୋ :: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗନିର୍ଦ୍ଦେଶ କ୍ରମେ ସ୍ଥାନୀୟ ନୀଳମାଧବ ମହାବିଦ୍ୟାଳୟ ସଭା ଗୃହରେ ଏକ ସଚେତନାକାର୍ଯ୍ୟ କ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ମେଡିକାଲର ଆୟୁଷ ଡାକ୍ତର ଆଦିରଶ୍ମି ସ୍ୱାଇଁ ଉପସ୍ଥିତ ଛାତ୍ରୀ ମାନଙ୍କୁ ନିରୋଗ ସହ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲା ବେଳେ ଉପଯୁକ୍ତ ଖାଦ୍ୟ ବ୍ୟବହାର କରି ଦକ୍ଷତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ l ବିଶିଷ୍ଟ ଅତିଥି ଭାବରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ନନ୍ଦିତା ବାରିକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପ୍ରଭାକର ଶିରୋମଣି, ରାଜନୀତି ବିଭାଗ ଅଧ୍ୟାପକ ଡ଼ଃ ଅଶୋକ କୁମାର ପାତ୍ର ଅର୍ଥନୀତି ବିଭାଗ ଅଧ୍ୟାପକ ସୁମନ୍ତ କୁମାର ଜେନା, ଇଂରାଜୀ ବିଭାଗ ପ୍ରାଧ୍ୟାପକ ଓମ ପ୍ରକାଶ ସାହୁ ଯୋଗ ଦେଇ ଛାତ୍ରୀ ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ସହାୟକ ହୋଇପାରିବା ସଙ୍ଗେ ସଙ୍ଗେ ଦୈନିକ ଜୀବନ ଚର୍ଯ୍ୟା ସୁଗମ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ l ଏହ କାର୍ଯ୍ୟ କ୍ରମ କୁ ଶିକ୍ଷା ବିଭାଗ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲା ବେଳେ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଲିପିକା ସାହୁ ପ୍ରଥମେ ଏହି ସଚେତନତା କାର୍ଯ୍ୟ କ୍ରମର ଉଦ୍ଦେଶ୍ୟ ବିଷୟରେ ସୁଚନା ଦେଇଥିଲେ l ଶେଷରେ ଗ୍ରନ୍ଥlଗାର ଓ ସୂଚନାବିଭାଗ ଅଧ୍ୟାପିକା ନମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଧନ୍ଦା ମୂଳକ ଶିକ୍ଷା ବିଭାଗ ଅଧ୍ୟାପିକା କଲ୍ୟାଣୀ ପଣ୍ଡା ଓ ସମାଜ ବିଜ୍ଞାନ ବିଭାଗ ଅଧ୍ୟାପିକା ରଶ୍ମିତା ସାହୁ ସହାୟତା କରିଥିଲେ l ………………………
