ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ | କୈଳାସ ମାଳବିଶୋଇ ||
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମଡ଼କ ଏଠାରେ ୨୨ ଜଣ ଡାକ୍ତର ଙ୍କ ପରିବର୍ତ୍ତେ ଦୁଇ ଜଣ ଡାକ୍ତର ଦୁଇ ଜଣ ଙ୍କୁ ନେଇ ଚାଲିଛି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର l ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିର୍ଭର କରନ୍ତି ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଆଠ ପଞ୍ଚାୟତ ବାସି ସହିତ ଗଜପତି ଓ କନ୍ଧମାଳ ଜିଲ୍ଲା ର ଅଧିକାଂଶ ଲୋକ l ବିଭିନ୍ନ ପ୍ରକାରର ରୋଗି ଆଶି ଘଣ୍ଟା ଘଣ୍ଟା ରୋଗୀଙ୍କୁ ଧରି ଲାଇନରେ ଠିଆ ହେବାକୁ ପଡ଼ିଥାଏ l

ଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଶ୍ରୀ ରାହୁଲ କୁମାର ସାହୁ ଛୁଟି ରେ ଯାଇଥିବା ବେଳେ ମୁନିଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଡାକ୍ତର ଶ୍ରୀ ପାର୍ଥ ସାରଥି ସାହୁ ଙ୍କୁ ଡ଼େପୁଟେସନରେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କରା ଯାଇଛି l

ଏହି ସମୟରେ ଜଣେ ଡାକ୍ତର ଦ୍ବାରା ଅନେକ ରୋଗୀ ବହୁ ସମୟ ଲାଇନରେ ଛିଡା ହୋଇ ରହିବା କେତେ ସମ୍ବବ ତାହା ସମସ୍ତେ ଜାଣନ୍ତି। ଚନ୍ଦ୍ରପୁର ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ବେଶ୍ ପରିଚିତ ଏହି ଆଦିବାସି ଅଧ୍ୟୁଷିତ ଅଞ୍ଚଳର ବେଶ୍ ପରିଚିତ ଏହାର ସୁଯୋଗରେ ଚନ୍ଦ୍ରପୁର ବ୍ଲକ ରାୟଗଡ଼ା ଜିଲ୍ଲା ସୀମାନ୍ତ ବ୍ଲକ ହୋଇଥିବାରୁ ସରକାର ୨୨ ଡାକ୍ତରଙ୍କ ବଦଳରେ ଦୁଇ ଡାକ୍ତର ଙ୍କୁ ନେଇ ଚାଲିଛି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏଠାରେ ଅଛି ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କର ଜ୍ୱର କିମ୍ୱା ଅନ୍ୟ କୌଣସି ରୋଗର ଲକ୍ଷଣ ଦେଖାଯାଏ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଏ l

ରାଜ୍ୟ ସରକାର ଜନ ସାଧାରଣ ଙ୍କ ସ୍ୱାସ୍ଥ୍ୟ,ପାନୀୟ ଜଳ ଯୋଗାଣ ନିମନ୍ତେ ବିଭିନ୍ନ ପ୍ରକାରର ଯୋଜନା ପ୍ରକାଶ କରୁଛନ୍ତି କିନ୍ତୁ ଚନ୍ଦ୍ରପୁର ଭଳି ଉପାନ୍ତ ଅଞ୍ଚଳରେ ଏହାର ସୁଯୋଗରେ ପରିପୂର୍ଣ୍ଣ ନ ଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି |
