ବାଲିଗୁଡ଼ାରେ ‘ପ୍ରେମ ସଂଜୀବନୀ’ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୪ ୟୁନିଟ ରକ୍ତ

ବାଲିଗୁଡ଼ା, ୦୯/୦୯: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଗତକାଲି ‘ପ୍ରେମ ସଂଜୀବନୀ’ ଓ ‘ସମାଜ’ ଖବରକାଗଜର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ

ବାଲିଗୁଡ଼ାରେ ‘ପ୍ରେମ ସଂଜୀବନୀ’ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୪ ୟୁନିଟ ରକ୍ତ

ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଥିଲା। ଶିବିରରେ ‘ବିପଦର ବନ୍ଧୁ’ ସଂଗଠନର ସଦସ୍ୟଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ରକ୍ତଦାନ ପାଇଁ ଲୋକଙ୍କୁ ଉତ୍ସାହିତ

ବାଲିଗୁଡ଼ାରେ ‘ପ୍ରେମ ସଂଜୀବନୀ’ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୪ ୟୁନିଟ ରକ୍ତ

କରିବା ସହ ନିଜେ ମଧ୍ୟ ରକ୍ତଦାନ କରିଥିଲେ।ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରାଯାଇ ମୋଟ ୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍‌. ରାମ ପାତ୍ର,

ବାଲିଗୁଡ଼ାରେ ‘ପ୍ରେମ ସଂଜୀବନୀ’ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୪ ୟୁନିଟ ରକ୍ତ

ଟେକ୍ନିସିଆନ୍‌ ଚିତ୍ତରଞ୍ଜନ ନାୟକ ଓ ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ରକ୍ତ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।ରକ୍ତର ଅଭାବ ଯୋଗୁଁ ଯେପରି କୌଣସି ରୋଗୀଙ୍କ ଚିକିତ୍ସାରେ ବାଧା ନ

ବାଲିଗୁଡ଼ାରେ ‘ପ୍ରେମ ସଂଜୀବନୀ’ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୪ ୟୁନିଟ ରକ୍ତ

ଉପୁଜେ, ସେଥିପାଇଁ ଏଭଳି ରକ୍ତଦାନ ଶିବିର ଆୟୋଜନର ଗୁରୁତ୍ୱ ରହିଛି ବୋଲି ଆୟୋଜକମାନେ କହିଥିଲେ। ଶିବିରକୁ ସଫଳ କରିବାରେ ସତ୍ୟସାଇ ସେବା ସମିତି, ‘ସମାଜ’ ଖବରକାଗଜ ଓ ସମସ୍ତ

ବାଲିଗୁଡ଼ାରେ ‘ପ୍ରେମ ସଂଜୀବନୀ’ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୪ ୟୁନିଟ ରକ୍ତ

ରକ୍ତଦାତାଙ୍କ ଭୂମିକାକୁ ଆୟୋଜକମାନେ ପ୍ରଶଂସା କରିଥିଲେ।

Smart Computer Ad
You might also like
error: Content is protected !!