ସାନଖେମୁଣ୍ଡି ବ୍ଲକରେ ହଇଜା ଆତଙ୍କ, ଆକ୍ରାନ୍ତ ଅଞ୍ଚଳରେ ପ୍ରଶାସନର ତତ୍ପରତା

ଗଞ୍ଜାମ ଜିଲ୍ଲା | ଦିଗପହଣ୍ଡି | ଜଗନ୍ନାଥ ନାୟକ
ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ହଇଜା ବ୍ୟାପିଥିବା ସୂଚନା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବ୍ଲକର ମାଥାପୁର ସମେତ ଆଖପାଖ ଅଞ୍ଚଳରେ ଅନେକ ଲୋକ ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି।

ଖବର ପାଇ ସାନଖେମୁଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜିତ୍ରେନ୍ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ଅସୁସ୍ଥ ଲୋକଙ୍କ ସମ୍ପର୍କରେ ତଥ୍ୟ ନେବା ସହ ଅଞ୍ଚଳର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ।

ଆଖପାଖ ଅଞ୍ଚଳରେ ମଧ୍ୟ ଏଭଳି ଅସୁସ୍ଥତାର ଖବର ମିଳୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପାନୀୟ ଜଳର ଗୁଣବତ୍ତା, ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ଉପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ଜଣାପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ସହ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ଓ ଅଞ୍ଚଳରେ ପରିମଳ ବ୍ୟବସ୍ଥା ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

Smart Computer Ad
You might also like
error: Content is protected !!