ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ | ହନମନ୍ତପୂର୍ ପଞ୍ଚାୟତ | କୈଳାସ ମାଳବିଶୋଇ ||
ଚନ୍ଦ୍ରପୁର ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନମନ୍ତପୂର୍ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗେଶି ଗ୍ରାମର ସୁକାନ୍ତି କ୍ରିଟାଙ୍ଗା (୪୦) ସ୍ୱାମୀ ପୁଲା କ୍ରିଟାଙ୍ଗା ଙ୍କ ସ୍ତ୍ରୀ ରାତି ଘର କାମ ସାରି ଘରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା l ସାପ କାମୁଡ଼ି ଦେଇଥିବା ଘର ପରିବାର ଲୋକଙ୍କୁ ଜଣାଇଥିଲେ ଘର ପରିବାର ଲୋକେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଚିକିତ୍ସା ପରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ନିମନ୍ତେ ପଠାଇ ଥିଲେ l ଚିକିତ୍ସା ପାଇଁ ନେଉ ଥିବା ବେଳେ ମୃତ୍ୟୁ ହୋଇଥିଲା ମୃତ୍ୟୁ ହୋଇଥିବା ଲିଖିତ ଅଭିଯୋଗ ପରେ ଚନ୍ଦ୍ରପୁର ଥାନା ପୋଲିସ ଆଇ ଆଇ ସି ଶ୍ରୀ ହିମାଂଶୁ ଶେଖର ବାରିକ ଙ୍କ ନେତୃତ୍ବରେ ଏସ ଆଇ ଶ୍ରୀ ନରସିଂହ ସାହୁ ଘଟଣା ସ୍ଥଳକୁ ଯାଇ କେଶ୍ ନମ୍ବର ୪/୨୬ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ସୁକାନ୍ତି କ୍ରିଟାଙ୍ଗା ଙ୍କ ୫ ଟି ପିଲା ସେମାନଙ୍କ ମଧ୍ୟରୁ (୨) ଦୁଇ ଝିୟ ଓ ୩ ପୁଅ ସମସ୍ତଙ୍କ ବୟସ ୧୭ ବର୍ଷରୁ କମ ହୋଇଥିବା ବେଳେ ମା ଙ୍କ ମୃତ୍ୟୁ ହୋଇଛି ମା ଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଛେଉଣ୍ଡ ହୋଇଗଲେ ୫ ଭାଇ ଭଉଣୀ ଏହି ସମୟରେ ଗ୍ରାମରେ ଶୋକା କୁଳ ପରିବେଶ ସୃଷ୍ଟି ହୋଇଛି l

Smart Computer Ad
You might also like
error: Content is protected !!