ବାହୁଦା ନଦୀରେ ବାଲି ଲୁଟ୍, ଅଧିକାରୀ ନିରବ”

ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||
ଚିକିଟି ଗଞ୍ଜାମ ଜିଲ୍ଲାର ପ୍ରମୁଖ ଜୀବନରେଖା ଭାବେ ପରିଚିତ ବାହୁଦା ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ନେଇ ଅଭିଯୋଗ ତୀବ୍ର ହୋଇଛି। କେ.ନୂଆଗାଁ ଥାନା ଅଧୀନ ନୂଆପଡ଼ା ଫାଣ୍ଡି ଅଞ୍ଚଳ ଦେଇ ପ୍ରବାହିତ ବାହୁଦା ନଦୀ ପିଠଏବେ ବାଲି ଚୋରାଚାଲାଣକାରୀଙ୍କ କବଳରେ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ବାହୁଦା ନଦୀରେ ବାଲି ଲୁଟ୍, ଅଧିକାରୀ ନିରବ”

ସରକାରୀ ନିୟମକୁ ଉଲ୍ଲଂଘନ କରି ଦିନରାତି ଟ୍ରାକ୍ଟର ଓ ଡମ୍ପର ଯୋଗେ ବାଲି ପରିବହନ ହେଉଥିବା ଅଭିଯୋଗ ରହିଛି। ଏହା ଫଳରେ ସରକାର ବିପୁଳ ରାଜସ୍ୱ ହରାଉଥିବା ବେଳେ ନଦୀର ପରିବେଶ ଓ ସ୍ଥାନୀୟ ରାସ୍ତାଘାଟ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ଅଭିଯୋଗ ହୋଇଛି। ଗୋଟିଏ-ଦୁଇଟି ଗାଡ଼ି ଜବତ କରିବା ସହ ବଡ଼ ଚାଲାଣକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ? ବେଆଇନ ବାଲି ଆଟଙ୍କା ପ୍ରକାଶ ପାଇଛି। ଅନିୟନ୍ତ୍ରିତ ଖନନ ଜାରି ରହିଲେ ଆଗାମୀ ଦିନରେ ନଦୀର ପ୍ରାକୃତିକ ପ୍ରବାହ ଓ ନଦୀପଠାର ସନ୍ତୁଳନ ଉପରେ ପ୍ରଭାବ ପଡ଼ିପାରେ ବୋଲି ସ୍ଥାନୀୟ ମହଲରେ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ବେଆଇନ ବାଲି ପରିବହନରେ କେବଳ ଗାଡ଼ି ଚାଳକଙ୍କ ବିରୋଧରେ ମାମଲା କିମ୍ବା ଜରିମାନା କରିବା ଯଥେଷ୍ଟ କି? ଏହି କାରବାର ପଛରେ ଯଦି କୌଣସି ବଡ଼ ଚାଲାଣକାରୀ କିମ୍ବା ସିଣ୍ଡିକେଟ୍ ରହିଥାଏ, ତେବେ ସେମାନଙ୍କ ପର୍ଯ୍ୟନ୍ତ ତଦନ୍ତ କାହିଁକି ପହଞ୍ଚୁନାହିଁ? ବାହୁଦା ନଦୀର ସୁରକ୍ଷା ସହ ସରକାରୀ ରାଜସ୍ୱ ରକ୍ଷା ପାଇଁ ଏବେ ଦୃଢ଼ ଓ ନିରନ୍ତର ପଦକ୍ଷେପ ଆବଶ୍ୟକ ବୋଲି ଦାବି ହେଉଛି |

Smart Computer Ad
You might also like
error: Content is protected !!