ଅବକାରୀ ବିଭାଗର ଧଡ଼ପକଡ଼, ବିପୁଳ ପରିମାଣର ଦେଶୀମଦ ଜବତ

ଚିକିଟି | ଜରଜଡ଼ା | ଗଞ୍ଜାମ | ଜଗନ୍ନାଥ ନାୟକ | ନ୍ୟୁଜନର୍ଭ ||
ଜରଜଡ଼ା, ଗଞ୍ଜାମ ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜରଜଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଥିବା ଜଣାପଡ଼ିଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଜରଜଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବୈଧ ଭାବେ ଦେଶୀମଦ ପ୍ରସ୍ତୁତ ଓ ବିକ୍ରି ହେଉଥିବା ଖବର ପାଇ ଏହି ଚଢ଼ାଉ କରାଯାଇଥିଲା।

ଅବକାରୀ ବିଭାଗର ଧଡ଼ପକଡ଼, ବିପୁଳ ପରିମାଣର ଦେଶୀମଦ ଜବତ

ଚଢ଼ାଉରେ ପ୍ରାୟ ୩୦୦ ଲିଟରରୁ ଅଧିକ ଅପମିଶ୍ରିତ ଦେଶୀମଦ ଜବତ ହୋଇଥିବା ବେଳେ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ଅବୈଧ ମଦ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Smart Computer Ad
You might also like
error: Content is protected !!