ଚନ୍ଦ୍ରପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ‘ସକ୍ଷମ କେନ୍ଦ୍ର’ ଶୁଭାରମ୍ଭ | ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ

ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା | ନ୍ୟୁଜନର୍ଭ | କୈଳାସ ମାଳବିଶୋଇ ||
ଚନ୍ଦ୍ରପୁର ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରପୁର ବ୍ଲକ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ବିହାରି ଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶ୍ରୀ ସୁବ୍ରତ ଦାଶ ଯୋଗଦେଇ ଥିଲେ l ସମ୍ନାନୀୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀ ଶ୍ରିତମ୍ ପୂର୍ତ୍ତି,ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା, ବିଦ୍ୟାଳୟ ପରିଚଳନା କମିଟି ସଭାପତି ଶ୍ରୀ ହାଡ଼ିବନ୍ଧୁ ବ୍ରେକେବେଡା, ପିଏମ ଶ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ ଭାସ୍କର ଗମାଙ୍ଗ ଯୋଗଦେଇ ସକ୍ଷମ କେନ୍ଦ୍ର ଶୁଭାରମ୍ବ କରିଥିଲେ l

ଚନ୍ଦ୍ରପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ‘ସକ୍ଷମ କେନ୍ଦ୍ର’ ଶୁଭାରମ୍ଭ | ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ

ମୂଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନେ ଭିନ୍ନକ୍ଷମ ସାମର୍ଥ୍ୟ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଡା ଉପରେ ଆଲୋକ ପାତ କରିଥିଲେ ଏବଂ ସେମାନଙ୍କ ରହିବା ଖାଇବା, ପାଠ ପଢ଼ିବା ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ ଏବଂ ସପ୍ତାହକୁ ତିନି ଦିନ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା କରାଯିବ ଓ ଆଠ ଗୋଟି ପଞ୍ଚାୟତ ସମସ୍ତ ଛାତ୍ର ଛାତ୍ରୀ ଯୋଗଦେବେ ବୋଲି କହିଛନ୍ତି l

ଚନ୍ଦ୍ରପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ‘ସକ୍ଷମ କେନ୍ଦ୍ର’ ଶୁଭାରମ୍ଭ | ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ

ଏହି ସକ୍ଷମ କେନ୍ଦ୍ର ଶୁଭାରମ୍ବ କାର୍ଯ୍ୟକ୍ରମରେ ବରିଷ୍ଟ ଶିକ୍ଷକ ଡ ପ୍ରଦିପ କୁମାର ଚୌଧୁରୀ,ଶିକ୍ଷକ ଶ୍ରୀ କୁନା କୁମାର ମାଝି, ଆନନ୍ଦ ଡୁବୁରୁକା, ମକର ତୁଇକା, ସଞ୍ଜିତ କୁମାର ପାତ୍ର, ଶ୍ରୀକାନ୍ତ କୁମାର ହୋତା, ଶିକ୍ଷୟତ୍ରୀ ମମତା ଶବର, ଜ୍ୟୋତି ଗୌଡ, ସ୍ୱତନ୍ତ୍ର ଶିକ୍ଷୟତ୍ରୀ ଚିନ୍ମୟୀ ପ୍ରଧାନ ଅନ୍ୟାନ୍ୟ ଶିକ୍ଷକ ଙ୍କ ସହ ଛାତ୍ର ସହଯୋଗ କରିଥିଲେ l ସକ୍ଷମ କେନ୍ଦ୍ର ଶୁଭାରମ୍ବ କାଯ୍ୟକ୍ରମକୁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ ପରିଚାଳନା କରିବା ସହିତ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ l

Smart Computer Ad
You might also like
error: Content is protected !!