କଣ୍ଟିଲୋ | ନୟାଗଡ଼ | ପ୍ରଭାକର ଶିରୋମଣି |
ଶ୍ରୀ ଜଗନ୍ନାଥ ସଂକୃତିର ମୂଳ ପୀଠ କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବ ବିରାଜିତ। ଶ୍ରୀନୀଳମାଧବଙ୍କ ମନ୍ଦିର ପରିସରରେ ଅନ୍ୟ ଦେବାଦେବୀ ମନ୍ଦିର ଅବସ୍ଥିତ। ‘ ମହାଲକ୍ଷ୍ମୀ ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଶ୍ରୀ ଗୋପୀନାଥ ମନ୍ଦିର ଗୁମୁଟ ଚୁଡାରେ ମଙ୍ଗଳବାର ରାତି ପ୍ରାୟ ଆଠ ଘଣ୍ଟା ସମୟରେ ଧଳା ପେଚା ବସିଥିବାର ଦେଖିବାକୁ ମିଳିଥିଲା। ଧଳା ପେଚାକୁ ମା’ ଲଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ବାହନ ଭାବେ ଗ୍ରହଣ କରାଯାଏ। ମା’ଲଷ୍ମୀଙ୍କ ସହ ଜଡିତ ଥିବାରୁ ଏହା ଅଂଚଳରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ବୃଦ୍ଧିର ସୂଚକ ଭାବେ ବିଶ୍ୱାସ କରାଯାଏ। ମନ୍ଦିର, ଶ୍ରୀକ୍ଷେତ୍ର ବା ଧର୍ମପୀଠରେ ଧଳା ପେଚା ଦୃଶ୍ୟମାନ ହେବାକୁ ସର୍ବଦା ଶୁଭ ଓ ଦେବୀଙ୍କ ସ୍ୱଚ୍ଛ ସଂକେତ ଭାବେ ଗ୍ରହଣ କରାଯାଏ। ପ୍ରାକୃତିକ ଦୃଷ୍ଟି କୋଣରୁ ଧଳାପେଚା ଏକ ବିରଳ ଓ ସୁନ୍ଦର ପକ୍ଷୀ ଯାହା ମନ୍ଦିର ଭଳି ଉଚ୍ଚ ଓ ସୁରକ୍ଷିତ ସ୍ଥାନରେ ବିଶ୍ରାମ ନେବା ପାଇଁ ବସିଥାଏ। ଜ୍ୟୋତିଷ ଓ ଜ୍ୟୋତିର୍ବିଦ ସନ୍ତୋଷ କୁମାର ଶିରୋମଣି ସୂଚନା ଦେଇ କହିଲେ ଧଳା ପେଚା ମା’ ଲଷ୍ମୀଙ୍କ ଉପଯୁକ୍ତ ବାହନ ଏହା ବିଷ୍ଣୁଙ୍କ ମନ୍ଦିରରେ ବସିବା ଅତ୍ୟନ୍ତ ଶୁଭ ସୂଚନା ବୋଲି ପ୍ରକାଶ l କରିଥିଲେ।
