ବାଲିଗୁଡ଼ା ଏନ୍ଏସିର ଅତିରିକ୍ତ ଦାୟିତ୍ୱରେ ଉପଜିଲ୍ଲାପାଳ ପ୍ରଣିତା ଦାଶ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ବାଲିଗୁଡ଼ା, ୨୪/୧୦: ସୁକାନ୍ତ କୁମାର ତ୍ରିପାଠୀ : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଏନ୍ଏସିର ପ୍ରଶାସନିକ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାଶଙ୍କୁ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି।ବିଭାଗର ଚିଠି ନମ୍ବର ୨୯୪୦୩ ଅନୁଯାୟୀ, ଉପଜିଲ୍ଲାପାଳ ପ୍ରଣିତା ଦାଶ ନିଜର ନିୟମିତ ଦାୟିତ୍ୱ ସହିତ ବାଲିଗୁଡ଼ା ଏନ୍ଏସିର ଅତିରିକ୍ତ ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ।ଅନ୍ୟପକ୍ଷରେ, ବାଲିଗୁଡ଼ା ଏନ୍ଏସିରେ ବର୍ତ୍ତମାନ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଜର ଦାୟିତ୍ୱ ଜାରି ରଖିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନୂତନ ଦାୟିତ୍ୱ ବଣ୍ଟନ ଦ୍ୱାରା ବାଲିଗୁଡ଼ା ଏନ୍ଏସିର ପୌର ପ୍ରଶାସନିକ କାର୍ଯ୍ୟରେ କିଭଳି ଗତି ଆସୁଛି ଏବଂ ସ୍ଥାନୀୟ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ କେତେଦୂର ତ୍ୱରାନ୍ୱିତ ହେଉଛି, ତାହା ଉପରେ ଏବେ ସ୍ଥାନୀୟ ମହଲର ନଜର ରହିଛି।
