ମା’ ମହୁରୀ କାଳୁଆ ପୀଠରେ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ବିଏଲଏ-୨ ପକ୍ଷରୁ ସମ୍ୱର୍ଦ୍ଧନା ସଭା

ବ୍ରହ୍ମପୁର | NewsNerve | SMP | ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼। ମୋଟ ବୁଥ୍‌‍ର ୮୦%ରୁ ଅଧିକ କଭର କରି ୨୦୦ରୁ ଊର୍ଦ୍ଧ୍ୱ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ କୁକୁଡ଼ାଖଣ୍ଡି ବ୍ଲକର ସମସ୍ତ ନବନିଯୁକ୍ତ ବିଏଲଏ-୨ ମାନଙ୍କୁ ନେଇ ପବିତ୍ର ମା’ ମହୁରୀ କାଳୁଆ ପୀଠରେ ଏକ ଭବ୍ୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୋଟ ୯୦ ଜଣଙ୍କ ମଧ୍ୟରୁ ୮୫ ଜଣ ବିଏଲଏ-୨ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ସାମ୍ୱାଦିକ ତଥା ସମାଜସେବୀ ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦଙ୍କୁ ସ୍ଵାଗତ ଜଣାଇବା ସହିତ ଏଭଳି କଂଗ୍ରେସ କର୍ମୀମାନେ ଏକାଠି ରହି ଲଢ଼େଇ ଜାରି ରଖିଲେ କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିପାରିଲେ ଭାଜପା ସରକାରର ନିଶ୍ଚିତ ପତନ ହେବ ବୋଲି ପ୍ରକାଶ କରିଥିଲେ । ଶ୍ରୀ ରଥ କହିଲେ, ଭାଜପାର କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କ ସ୍ଵାର୍ଥ ବିରୋଧୀ ଏବଂ ଦେଶକୁ ୧୪୦ କୋଟି ଲୋକଙ୍କୁ ଲୁଟ୍‌‍ କରି ବଡ଼ ବଡ଼ ଶିଳ୍ପପତିଙ୍କ ସ୍ଵାର୍ଥରକ୍ଷା ତାଙ୍କର ପ୍ରାଥମିକତା ହେଉଛି ବୋଲି କହିଥିଲେ । ତେଣୁ ଦେଶକୁ ରକ୍ଷା କରିବାକୁ ହେଲେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ଗଞ୍ଜାମ ଜିଲ୍ଲା ସ୍ତରୀୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଭୋଟର ତାଲିକା ସୁରକ୍ଷାରେ ବିଏଲଏ-୨ଙ୍କ ଐତିହାସିକ ସଫଳତା ତଥ୍ୟଭିତ୍ତିକ ଉପସ୍ଥାପନା ଅନୁଯାୟୀ, ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଦିଗପହଣ୍ଡିରେ ଭୋଟର ତାଲିକାରୁ ନାମ କଟିବା ସଂଖ୍ୟା ଅପେକ୍ଷାକୃତ ବହୁତ କମ୍‌‍ ରହିଛି। ଶ୍ରୀ ସାକା ସୁଜିତ କୁମାରଙ୍କ ନେତୃତ୍ଵରେ ନିଯୁକ୍ତ ହୋଇଥିବା ବିଏଲଏ-୨ ମାନଙ୍କ ପାରଦର୍ଶିତା, ସତର୍କତା ଓ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁଁ ଅନେକ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ରକ୍ଷା ପାଇପାରିଛି, ଯାହା ଆଗାମୀ ଦିନରେ ଦଳର ଭୋଟ ପ୍ରତିଶତ ବୃଦ୍ଧି କରିବାରେ ବେଶ୍‌‍ ସହାୟକ ହେବ।ଏହି ଅବସରରେ ବିଏଲଏ-୧ ତଥା ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ସାକା ସୁଜିତ କୁମାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ବିଜୟ ରଣନୀତି ଓ ସଫଳତାର ସୂତ୍ର ବୁଝାଇବା ସହ ସମସ୍ତ ବିଏଲଏ-୨ଙ୍କୁ ଉତ୍ତରୀୟ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ବିକ୍ରମ ପଣ୍ଡା, ପ୍ରକାଶ ଚନ୍ଦ୍ର ଗୌଡ଼, ଶଙ୍କର ଅଧିକାରୀ, ଆର.ଦୀନବନ୍ଧୁ, ବସନ୍ତ ପଟ୍ଟନାୟକ, ମହେଶ୍ଵର ପାତ୍ର, ଜିତେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ସ୍ଵାଇଁ, ଜଟି ସାମଲ, ସୁଦାମ ଗୌଡ଼, ମୃତୁ୍ୟଞ୍ଜୟ ପାତ୍ର, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସାଗର ମହାରଣା, ଶିବ ମହାରଣା ପ୍ରମୁଖ ଭାଷଣ ଦେଇ କଂଗ୍ରେସ ଦଳକୁ ଶକ୍ତିଶାଳୀ କରି ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱ୍ଜାନ ଦେଇଥିଲେ। ଉତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ ସହ ମା’ଙ୍କ ଆଶୀର୍ବାଦରୁ ତୃଣମୂଳ ସ୍ତରରେ ଦଳକୁ ବିଜୟୀ କରାଇବା ପାଇଁ ସଂକଳ୍ପ ନିଆଯାଇ ସଭା ସମାପ୍ତ ହୋଇଥିଲା।

Smart Computer Ad
You might also like
error: Content is protected !!