ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଲାମ୍ବରୁ ପ୍ରାଥମିକ ବିଦ୍ୟାଳୟ କାଳ ବୈଶାଖୀ ରେ ଟିଣ ଉଡିଯାଇଥିଲା ଟିଣ ଉଡିଯାଇଥିବା ଗତ ଜୁନ ମାସ ରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲl ଖବର ପ୍ରକାଶ ପରେ ବ୍ଲକ ତରଫରୁ ଜିପିଡି ଫଣ୍ଡ ପଇସାରେ ଠିକା ଦାରଙ୍କୁ ବିଦ୍ୟାଳୟ ମରାମତି କରିବା ନିମନ୍ତେ କହିଥିଲେ l ବିଦ୍ୟାଳୟ ମରାମତି କାମ ସରିବା ପରେ ଛାତ୍ର ଛାତ୍ରୀ ଓ ଅଭଭାବକ ମାନଙ୍କ ମନରେ ଖୁସି ହୋଇ ଯାଇଥିଲା ଯାହାହେଉ ପ୍ରସାଶନ ଲାମ୍ବାରୁ ପ୍ରାଥମିକ ବିଦ୍ୟାଳୟ କୁ ଦୃଷ୍ଟି ଆକର୍ଷଣ କରି ବିଦ୍ୟାଳୟ ମରମତି କାମ କରିଦେଲେ l ବିଦ୍ୟାଳୟ ମରାମତି କାମ ସରିବା ୩/୪ ମାସ ହେବ ପଇସା ମିଳିନାହିଁ ଏଣୁ ଠିକାଦାର ଶ୍ରୀ ଯୋଶେଫ ଡିମ୍ବୁଟିକା ତାଲା ପକାଇ ଥିବା କହିଛନ୍ତି l

ବିଦ୍ୟାଳୟ ତାଲା ପଡ଼ିଥିବା ଦେଖି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର କୁମାର ସାହୁ ବିଦ୍ୟାଳୟ ପରିଚାଲନା କମିଟି କୁ ଅବଗତ କରାଇ ଥିଲେ l ବିଦ୍ୟାଳୟ ପରିଚାଳନା କମିଟି ଠିକାଦାର ଶ୍ରୀ ଯୋଶେଫ ଙ୍କୁ ତାଲା ପକାଇ ଥିବା ବିଷୟରେ ପଚାରି ବୁଝିଲେ ଠିକାଦାର୍ କହିଛନ୍ତି ମୋର ରିଫେରିଙ୍ଗ କରି ଆଜି ପର୍ଯ୍ୟନ୍ତ ପଇସା ମିଳିନାହିଁ ଏଣୁ ମୁଁ ବାଧ୍ୟହୋଇ ବିଦ୍ୟାଳୟ ତାଲା ପକାଇଛି ବୋଲି କହିଥିଲେ l

ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଉପରିସ୍ଥ ଅଧିକାରୀଙ୍କୁ ତାଲା ପକାଇ ଥିବା ଅବଗତ କରାଇ ଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ବାରଣ୍ଡାରେ ଶିକ୍ଷାଦାନ କରିଥିଲେ l ଏହାକୁ ନେଇ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟକାନ୍ତ ବାଙ୍ଗୋଲୋ ଙ୍କୁ ଫୋନ ଯୋଗାଯୋଗ ସମ୍ବବ ହୋଇନାହିଁ l

ବ୍ଲକ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବିଶ୍ୱଜିତ ମିଶ୍ର ଙ୍କୁ ଯୋଗାଯୋଗ କରିବାରୁ ମହାଶୟ କହିଛନ୍ତି ଜିପିଡି ଫଣ୍ଡ ପଇସାରେ କାମ କରିବା ନିମନ୍ତେ କୁହା ଯାଇଛି ବୋଲି କହିଛନ୍ତି ଫଣ୍ଡ ଆସିଲେ ପଇସା ବିଲପାସ ହେବ ବୋଲି କହିଛନ୍ତି l ଠିକା ଦାର୍ କହିଛନ୍ତି ଯଦି ପଇସା ନାହିଁ ତେବେ ମୋତେ କାହିଁକି କାମ କରିବା ନିମନ୍ତେ କହିଥିଲେ ପଇସା କେବେ ଆସିବ ଏବଂ କେବେ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |
