ବାଲିଗୁଡ଼ା: ୦୬/୦୯: ସୁକାନ୍ତ କୁମାର ତ୍ରିପାଠୀ
ଗୁରୁଦିବସ ଅବସରରେ ବାଲିଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ପକ୍ଷରୁ ଗୁରୁଙ୍କ ପ୍ରତି ସମ୍ମାନ ଓ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ନୁଆସାହି ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସାବତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ଗୁରୁଦିବସ ପାଳନ କରିବା ସହ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀମତୀ ସାଗର ବାଳା ତ୍ରିପାଠୀ, ସୁରେଶ ଚନ୍ଦ୍ର ଦାସ ଓ ପବିତ୍ର ମୋହନ ପାଢ଼ୀ ଅତିଥି ଭାବେ ଯୋଗଦେଇ ନିଜର ଦୀର୍ଘ ଶିକ୍ଷକତା ଜୀବନର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ। ଶିକ୍ଷକତା ଜୀବନର ସଂଘର୍ଷ, ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ ଏବଂ ଅବସର ପରବର୍ତ୍ତୀ ଜୀବନ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ।ଏହି

ଅବସରରେ ଚଳିତ ଶିକ୍ଷାବର୍ଷରେ ଅବସର ଗ୍ରହଣ କରିଥିବା ଶ୍ରୀମତୀ ଭଗବତୀ ଦେଇ, ଶ୍ରୀମତୀ ପ୍ରେମଲତା ଦାସ, ସନାତନ ପରିଛା, ପ୍ରଦୀପ୍ତ କୁମାର ବିଶ୍ୱାଳ ଓ ରମେଶ ଚନ୍ଦ୍ର ସାହୁଙ୍କୁ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମରେ ଶ୍ରୀମତୀ ଗାୟତ୍ରୀ ପାଳ, ଶ୍ରୀମତୀ ସୌଦାମିନୀ ସାହୁ, ରାଜକିଶୋର ଦିଗାଳ, ଲାବଣ୍ୟ ନାୟକ, ଅଲେଖ ରଣା, ସଚଳା ମିଶ୍ର, ସରିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ବେହେରା, ମାନସ କୁମାର ସାହୁ, ପ୍ରଶାନ୍ତ କୁମାର ବେହେରା, ଦିଲୀପ କୁମାର ଦିଗାଳଙ୍କ ସମେତ ନୂତନ ଗଭର୍ଣ୍ଣିଂ ବଡିର ସଦସ୍ୟ-ସଦସ୍ୟା ଓ ନୂତନ ପେନସନ ଯୋଜନାଭୁକ୍ତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଶିକ୍ଷକ ଉତ୍କଳ କେଶୋରୀ ବିଭାର ଓ ରବୀନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଲେଖ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
